ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦର ପୁନାଓ୍ୱାଲାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା

  • ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା
  • ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ଅଦର ପୁନାଓ୍ୱାଲାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ।

ଦେଶର ଯେକୌଣସି ସ୍ଥାନକୁ ସେ ଯାତ୍ରା କଲେ ସବୁବେଳେ ତାଙ୍କ ସହ ସିଆରପିଏଫର ଆର୍ମଡ କମାଣ୍ଡୋ ରହିବେ ସେମାନଙ୍କ ମଧ୍ୟରୁ ୪-୫ ଜଣ ଆର୍ମଡ କମାଣ୍ଡୋ ତାଙ୍କ ସହ ରହିବେ। ପୁନାଓ୍ୱାଲାଙ୍କ ପ୍ରତି କିଛି ବିପଦ ଅଛି କି ନାହିଁ, ତାର ସମୀକ୍ଷା କରିବା ପରେ ‘Y’ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକା ଦର ହ୍ରାସ କରିଛି । ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି। ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩ ଶହ ଟଙ୍କାକୁ ହ୍ରାସ ନେଇ ଘୋଷଣା କରାଯାଇଛି। ୧୦୦ ଟଙ୍କା ହ୍ରାସ ନେଇ ସେରମ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା ଗତକାଲି ସୂଚନା ଦେଇଥିଲେ। ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪ଶହ ଘୋଷଣା ହୋଇଥିଲା। ତେବେ ଘରୋଇ ହସ୍ପିଟାଲ ପାଇଁ ଦର ଡୋଜ୍ ପିଛା ୬ଶହ ଅପରିବର୍ତ୍ତିତ ରହିଛି।

ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ସର୍ବାଧିକ ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪କୁ ବୃଦ୍ଧି ପାଇଛି ।

You might also like