IPL 2020: ଧୋନିଙ୍କ ଟିମ୍‌ର ଆଉ ଜଣେ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଆଉ ଜଣେ ଖେଳାଳି ରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଜଣେ ଫାଷ୍ଟ୍‌ ବୋଲର୍‌ ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଖବର ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ, ବ୍ୟକ୍ତିଗତ କାରଣରୁ ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ଖେଳାଳି ସୁରେଶ ରାଇନା ଚଳିତ ବର୍ଷ ଆଇପିଏଲ୍‌ର କୌଣସି ମ୍ୟାଚ୍‌ ଖେଳିବେ ନାହିଁ। ସେ ଭାରତ ଫେରି ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି।

ଫଳରେ ଆଇପିଏଲ୍‌ ମ୍ୟାଚ୍‌ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟ୍‌କା ଲାଗିଥିବା କୁହାଯାଉଛି।

ପଢ଼ନ୍ତୁ: ଧୋନିଙ୍କ ଟିମରେ ପଶିଲା କରୋନା

You might also like