• translate
Minati Mishra

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ସଂକ୍ରମଣକୁ ନେଇ ଚିନ୍ତାରେ ପଡିଛି। କେବଳ ରୁଷ୍‌କୁ ବାଦ୍‌ ଦେଲେ କେହି ଆଜିଯାଏ ଭାକ୍ସିନ ବାହାର କରିବାରେ ସ‍‍ଫଳ ହୋଇ ନାହାନ୍ତି। ତେବେ ଖୁସିର କଥା, ଗୋଟିଏ ଭାକ୍ସିନ ବାହାର କରିବା ପରେ ଏବେ ଆଉ ଏକ ଭାକ୍ସିନ ବିକଶିତ କରିବାରେ ସଫଳ ହୋଇଛି ବୋଲି ଦାବି କରିଛି।

ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନ୍‌ ବୁଧବାର ଏ ବିଷୟରେ ଘୋଷଣା କରି କହିଛନ୍ତି, ରୁଷ କରୋନା ଭାଇସର ସଂକ୍ରମଣର ୨ୟ ଭାକ୍ସିନକୁ ବିକଶିତ କରିସାରିଛି। ସୂଚନାଥାଉ କି, ଏହା ପୂର୍ବରୁ ରୁଷ କରୋନା ଭାକ୍ସିନ ସ୍ପୁଟନିକ ଭି ବାହାର କରି ସାରିଛି ।

କୁହାଯାଉଛି, ରୁଷ ଏବେ ଯେଉଁ ଭାକ୍ସିନ ବିକଶିତ କରିଛି,  ସେଥିରେ ସିନ୍ଥେଟିକ୍‌ ଭାଇସର ପ୍ରୋଟିନର ବ୍ୟବହାର କରାଯାଇ ଇମ୍ୟୁନିଟି ପ୍ରତିକ୍ରିୟାକ ବୃଦ୍ଧି କରାଯାଉଛି।

ଏହି ଭାକ୍ସିନ ନେଇ ଉପ ପ୍ରଧାନମନ୍ତ୍ରୀ ତାତିୟାନା ଗୋଲିକୋୱା କହିଛନ୍ତି, ଏହି ଭାକ୍ସିନ ଏକ ଉଚ୍ଚମାନର ଭାକ୍ସିନ। ଏହାର ପରୀକ୍ଷଣ ପାଇଁ ୪୦ ହଜାର ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯିବ।

Other Stories