ଓଡ଼ିଶାରେ ଆଉ ଜଣେ ବିଧାୟକଙ୍କୁ କରୋନା

ପୋଲସରା: ଓଡ଼ିଶାରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଶ୍ରୀକାନ୍ତଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଉଭୟଙ୍କୁ କରୋନା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର ୩ ଜଣ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଅନ୍ୟପକ୍ଷରେ, ଓଡ଼ିଶାରେ ଆଜି ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ କେବଳ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ କରୋନା ସ୍ଥିତି ସାଂଘାତିକ: ଦିନକରେ ଚିହ୍ନଟ ହେଲେ ୧,୫୯୪ ନୂଆ ପଜିଟିଭ୍‌

You might also like