ରାଜ୍ୟରେ ପୁଣି ୧୧୨ କରୋନା ରୋଗୀ ଚିହ୍ନଟ, ୩,୪୯୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆକ୍ରାନ୍ତଙ୍କ ମଧ୍ୟରେ NDRF, ODRAF ଓ Fire Serviceର ୨୧ ଜଣ ଅଛନ୍ତି। ପୁରୀରୁ ସର୍ବାଧିକ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡ଼ାରୁ ୨, ମାଲକାନଗିରି, କଟକ, ବୌଦ୍ଧ ଓ ଯାଜପୁରରୁ ୩ଜଣ ଲେଖାଏ, କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗିର ଓ ବାଲେଶ୍ୱରରୁ ୫ଜଣ ଲେଖାଏ , ଖୋର୍ଦ୍ଧାରୁ ୮, ଦେବଗଡରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ଗଞ୍ଜାମ ଓ ଅନୁଗୋଳରୁ ୬ଜଣ ଲେଖାଏ, ସୁନ୍ଦରଗଡ ଓ ନୟାଗଡ଼ରୁ ୪ଜଣ ଲେଖାଏ, ମୟୂଭଞ୍ଜରରୁ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮ରେ ପହଞ୍ଚିଛି।