ଏଇ ସହରରେ ୧୦ ହଜାରରୁ ଅଧିକ ଶିଶୁ ବାହାରିଲେ ପଜିଟିଭ: ଆସିଲା କି କରୋନାର ତୃତୀୟ ଲହର ?

ଜୟପୁର; କରୋନାର ଦ୍ଵିତୀୟ ଲହର ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ହେଲେ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କୁହାଯାଉଛି, କରୋନାର ତୃତୀୟ ଳହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ । ହେଲେ ଏବେ ଏମିତି ସ୍ଥିତି ସୃଷ୍ଟି ହୋଇଛି ଦେଖିଲେ ଲାଗୁଛି ଯେମିତି ଚାଲି ଆସିଲା କି କରୋନାର ତୃତୀୟ ଲହର ?

ରାଜସ୍ଥାନରେ ଏପ୍ରିଲ ଏବଂ ମେ’ରେ କରୋନା ପଜିଟିଭ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ଏଠି ପିଲାମାନେ ବେଶି କରୋନା ସଂକ୍ରମିତ ହେଉଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ପରି ରାଜଧାନୀ ଜୟପୁରରେ ମଧ୍ୟ ଚକିତ କଲା ପରି ସଂଖ୍ୟା ସାମ୍ନାକୁ ଆସିଛି । ଏପ୍ରିଲ ଏବଂ ମେ’ ସୁଦ୍ଧା ୧ ରୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ସାଢେ ୩ ହଜାରରୁ ଅଧିକ ପିଲା ପଜିଟିଭ ବାହାରିଛନ୍ତି । ସେହିପରି ୧୧ରୁ ୨୦ ବର୍ଷ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପିଲା ପଜିଟିଭ ବାହାରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ଏପ୍ରିଲ ଏବଂ ମେ’ରେ ଜୟପୁରରେ ୧୦ ବର୍ଷ ପର୍ଯ୍ୟନ୍ତ ୩ ହଜାର ୫୮୯ ଜଣ ଏବଂ ୧୧ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ୧୦ ହଜାର ୨୨ ଜଣ କିଶୋର କରୋନା ପଜିଟିଭ ବାହାରିଛନ୍ତି ।

  • ଏପ୍ରିଲରେ ୦ରୁ ୧୦ ବର୍ଷର ପ୍ରାୟ ୧୬୭୨ ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲେ
  • ଏପ୍ରିଲରେ ୧୧ରୁ ୨୦ ବର୍ଷର ୪୬୮୧ ଜଣ ପଜିଟିଭ ଚିହ୍ନଟ
  • ମେ’ ୧ରୁ ୨୩ ଭିତରେ ୦ରୁ ୧୦ ବର୍ଷ ପର୍ଯ୍ୟନ୍ତ ୧୯୧୭ ପିଲା ପଜିଟିଭ ଚିହ୍ନଟ
  • ମେ’ ୧ରୁ ୨୩ ପର୍ଯ୍ୟନ୍ତ ୧୧ରୁ ୨୦ ବର୍ଷ ପର୍ଯ୍ୟନ୍ତ ୫୩୪୧ ଜଣ ପିଲା ପଜିଟିଭ ଚିହ୍ନଟ

ଜୟପୁରର ଡାକ୍ତର ନରୋତ୍ତମ ଶର୍ମାଙ୍କ କହିବା ଅନୁଯାୟୀ, ଏପ୍ରିଲ ଏବଂ ମେ’ରେ କରୋନାର ଦ୍ଵିତୀୟ ଲହର ଦେଖିବାକୁ ମିଳିଥିଲା । ଏଥିରେ ହଜାର ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଲୋକେ କରୋନା ଗାଇଡ ଲାଇନର ଉଲ୍ଲଘଂନ କରିଛନ୍ତି ଯେଉଁଥିପାଇଁ ଅଧିକ ସଂଖ୍ୟକ ପିଲା ସଂକ୍ରମିତ ହୋଇଛନ୍ତି ।ଏପରି ସ୍ଥିତିରେ ପିଲାଙ୍କ ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

You might also like