ଏହି ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ ଅବଧି

ମୁମ୍ବାଇ: ପୁଣି ଲକ୍‌ଡାଉନ୍‌ ବଢ଼ାଇଲେ ମହାରାଷ୍ଟ୍ର ସରକାର। ଅଗଷ୍ଟ ୩୧ ତାରିଖ ଯାଏ ରାଜ୍ୟରେ ଲକ୍‌ଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି ମହାରାଷ୍ଟ୍ରର ଉଦ୍ଧବ ସରକାର। ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୯,୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବୁଧବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି।

ତେବେ ଦେଶରେ ଅଗଷ୍ଟ ୧ ତାରିଖଠାରୁ ଅନ୍‌ଲକ୍-୩ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଅଗଷ୍ଟ ୫ ତାରିଖଠାରୁ ସପିଂ ମଲ୍ ଓ ମାର୍କେଟ୍‌ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି ମହାରାଷ୍ଟ୍ର ସରକାର।

ଅନ୍ୟପଟେ ଆଜି ଅନଲକ୍‌-୩ ପ୍ରକ୍ରିୟା ନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅଗଷ୍ଟ ୧ ତାରିଖରୁ ଦେଶରେ ଅନ୍‌ଲକ୍‌-୩ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଅନଲକ୍-୩ ଗାଇଡଲାଇନ ଜାରି କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି।

ଗାଇଡ୍‌ଲାଇନ୍ ଅନୁସାରେ, କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍‌ଡାଉନ ଲାଗୁ ହେବ। ତେବେ ରାତ୍ରୀକାଳୀନ କର୍ଫ୍ୟୁ ଉପରୁ କଟକଣା ଉଠାଇଛନ୍ତି କେନ୍ଦ୍ର ସରକାର। ରାତିରେ ସାଧାରଣ ଲୋକଙ୍କ ଯା-ଆସ ଉପରୁ କଟକଣା ଉଠିଛି।

 

ଆହୁରି ପଢ଼ନ୍ତୁ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

You might also like