କରୋନା ରୋଗୀଙ୍କ ପାଇଁ ଶହେ ଜୁଗାଡ୍ ଆମ୍ବୁଲାନ୍ସର ବ୍ୟବସ୍ଥା କଲେ ଡାକ୍ତର

ପୁଣେ: ମହାରାଷ୍ଟ୍ର ପୁଣେ ସହରରେ ନିଆରା ଜୁଗାଡ୍ ଆମ୍ବୁଲାନ୍ସ ସେବା। କିଛି ଚାଳକ ନିଜ ଅଟୋରେ କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ମହାରାଷ୍ଟ୍ରର ସ୍ଥିତି ସଂଗିନ ରହିଛି। ଏଭଳି ସ୍ଥିତିରେ ଅନେକ କରୋନା ଆକ୍ରାନ୍ତଙ୍କୁ ମେଡିକାଲରେ ବେଡ୍ ମଧ୍ୟ ମିଳି ପାରୁ ନାହିଁ। ଫଳରେ ଉପଯୁକ୍ତ ଚିକିତ୍ସା ଓ ଅକ୍ସିଜେନ୍ ଅଭାବରେ ଲୋକଙ୍କ ଜୀବନ ଯାଉଥିବା ଖବର ମଧ୍ୟ ସାମନାକୁ ଆସୁଛି।  ଏଭଳି ପରିସ୍ଥିତିରେ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଜୁଗାଡ ଆମ୍ବୁଲାନ୍ସ ଆରମ୍ଭ କରାଇଥିବା ଡାକ୍ତର କେଶବ କ୍ଷୀରସାଗର।

City-based doctor Keshav Kshirsagar along with his team

ବର୍ତ୍ତମାନ ଏହି ଗ୍ରୁପରେ ଶହେଟି ଅଟୋ ସାମିଲ ଥିବାବେଳେ ୩ଟି ଅଟୋ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରାଯାଇଛି। ଅଟୋକୁ ସାନିଟାଇଜ୍ କରି ଚାଳକ ପିପିଇ କିଟ୍ ପିନ୍ଧି କରୋନା ଆକ୍ରାନ୍ତ ରୋଗୀଙ୍କୁ ସେବା ଯୋଗାଉଛନ୍ତି।

ଏହି ଜୁଗାଡ ଆମ୍ବୁଲାନ୍ସ ଦ୍ୱାରା ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଗୁରୁତର ରୋଗୀ ଏହି ନମ୍ବରରେ କଲ୍ କଲେ ଅଟୋ ଚାଳକ ଠିକଣା ସମୟରେ ସେବା ଯୋଗାଇବା ପାଇଁ ପହଞ୍ଚି ଯାଉଛନ୍ତି। ଜରୁରୀ ପରିସ୍ଥିତିରେ ଗୁରୁତର ରୋଗୀଙ୍କୁ ଡାକ୍ତରୀ ପରାମର୍ଶରେ ଅକ୍ସିଜେନ୍ ମଧ୍ୟ ଦିଆଯାଉଛି।

ସେହିପରି ମଧ୍ୟପ୍ରଦେଶର ଧର୍ ଅଞ୍ଚଳର ଜଣେ ଯୁବ ଇଂଜିନିୟର କରୋନା ରୋଗୀଙ୍କ ସେବା ପାଇଁ  ଅଣ୍ଟା ଭିଡିଛନ୍ତି । ନିଜର ଜ୍ଞାନକୌଶଳରେ ସେ ନିର୍ମାଣ କରିଛନ୍ତି ବାଇକ୍ ଆମ୍ସୁଲାନ୍ସ । ବାଇକ୍ ପଛରେ ଆମ୍ବୁଲାନ୍ସକୁ ସଂଯୋଗ କରାଯାଇଛିା ଏହି ଆମ୍ବୁଲାନ୍ସରେ ହସ୍ପିଟାଲ ପରି ଗୋଟିଏ ବେଡ୍ ରହିବା ସହ ଅକ୍ସିଜେନ ମଧ୍ୟ ଉପଲବ୍ଧ ରହିଛି ।

You might also like