ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରଲୋକ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ମୁଣ୍ଡ ନେଲା କରୋନା। ମୃତକ ହେଉଛନ୍ତି ଦୈନିକ ଖବର କାଗଜ ସମାଜ ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ। କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରାଲୋକ ହୋଇଛି। ଗତ କିଛି ଦିନ ଧରି ସେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସମାଜ ପକ୍ଷରୁ ଟୁଇଟ ଯୋଗେ ଏହି ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରୀୟଦର୍ଶୀ ପଟ୍ଟନାୟକ ୪୨ବର୍ଷରେ ଆଜି ଭୁବନେଶ୍ୱରରେ ମୃତ୍ୟୁ ଘଟିିଛି। ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ସେ ଗତ ୫ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।
ସେ କରୋନା ସଂକ୍ରମିତ ଥିବା ୭ ଦିନ ପୂର୍ବରୁ ଜଣାପଡ଼ିଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ୪୨ବର୍ଷୀୟ ସାମ୍ବାଦିକ ଅବିବାହିତ ଥିଲେ।