ହୋମ୍ କ୍ୱାରେଣ୍ଟିନ୍‌ରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ହୋମ୍‌ କ୍ୱାରେଣ୍ଟିନରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। କରୋନା ସଂକ୍ରମିତ ହୋଇଥିବା ଜଣେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ନିଜକୁ କ୍ୱାରେଣ୍ଟିନ୍‌ କରିଛନ୍ତି ହେମନ୍ତ। ଏନେଇ ବୁଧବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଧ କରାଯାଇଛି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମନ୍ତ୍ରୀ ମିଥିଲେଶ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ। ଗତକାଲି ମିଥିଲେଶ କୋଭିଡ୍-୧୨୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ହେମନ୍ତ ସୋରେନ୍‌ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟିନ୍‌ରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେମନ୍ତ। ଖୁବ୍‌ଶୀଘ୍ର ହେମନ୍ତ ସୋରେନ୍‌ଙ୍କର ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଏପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ୩୦୦୦ ହଜାର କୋଭିଡ୍‌-୧୯ ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୯୨ ସକ୍ରିୟ ଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।

 

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଓଡ଼ିଶାରେ କରୋନା ନେଲା ଆଉ ୧୪ ଜୀବନ

ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

କରୋନା ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

କଟକ ସହରରୁ ୧୨୨ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ

ଚିନ୍ତା ବଢାଉଛି କଟକର ୩ ଅଞ୍ଚଳ, ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

ରାଜଧାନୀରୁ ୧୬୬ କରୋନା ପଜିଟିଭ ଚିହ୍ନଟ, ୬୮ ଲୋକାଲ କେସ୍

ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଅଟକ

କୋଭିଡ୍ ପରିଚାଳନାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ଅପରାଜିତା

You might also like