ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ମଚାଇବା ପରେ ଆସିଛି ଆଶ୍ୱସ୍ତିମୂଳକ ଖବର। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଲକ୍ଷେ ତଳକୁ ଖସିଛି ପଜିଟିଭଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬ ହଜାର ୪୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଯାହାକି ଗତ ୬୬ ଦିନ ମଧ୍ୟରେ ସବୁଠାରୁ କମ। ଆଜିର ପଜିଟିଭ ସଂଖ୍ୟା ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯୬ ହଜାର ୪୭୩କୁ ବୃଦ୍ଧି ପାଇଛି।

ଦେଶରେ ୨୪ ଘଣ୍ଟାରେ ୨ ହଜାର ୧୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁସଂଖ୍ୟାକୁ ମିଶି ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ ୧୩ ଲକ୍ଷ ୦୩ ହଜାର ୭୦୨ ରହିଛି। ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୨ ଜଣ ସୁସ୍ଥ ହେଲେଣି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୬୧ ଲକ୍ଷ ୯୮ ହଜାର ୭୨୬ ଡୋଜ୍ ଟିକାକରଣ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପଢନ୍ତୁ : କୋଭିଡ୍ ଟିକାକରଣ ପାଇଁ ଜାରି ହେଲା ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌

You might also like