କରୋନାର ଦ୍ୱିତୀୟ ଲହରୀ ଆସିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ସଂକ୍ରମଣ ତରଙ୍ଗ ଆସିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ କିନ୍ତୁ ଶୁଭ ସଂକେତ ଦେଇଛନ୍ତି। ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଆସିବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ଆଉ ଯଦି ବି ଦ୍ୱିତୀୟ ଥର ସଂକ୍ରମଣ ହୁଏ, ତାହା ପ୍ରଥମ ଭଳି ଭୟଙ୍କର ହେବନି ବୋଲି ହେଲ୍‌ଥ ଏକ୍ସପର୍ଟ କହିଛନ୍ତି।

ଯଦିଓ ଦେଶରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମୁଛି, ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା କୋଟିଏ ଟପିଛି। ୩୪୭ ଜଣଙ୍କର ଜୀବନ ବି ଯାଇଛି।

ସଂକ୍ରମଣରେ ଦୈନିକ ହ୍ରାସ

ପିଟିଆଇକୁ ସୂଚନା ଦେଇ ଭାଇରୋଲୋଜିଷ୍ଟ ଡ. ଶାହିଦ ଜାମୀଲ କହିଛନ୍ତି ଯେ ସେପ୍ଟେମ୍ବର ମଝିରେ ସଂକ୍ରମଣ ବଢ଼ିଥିଲା। କିନ୍ତୁ ଏହା ପରଠାରୁ ଦେଶରେ ସଂକ୍ରମଣ ଧୀରେ ଧୀରେ କମିଛି। ଶାହିଦ ଜାମୀଲ କହିଛନ୍ତି “ମଝି ସେପ୍ଟେମ୍ବରରେ ଦୈନିକ ୯୩,୦୦୦ ଭଳି ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ଆଜି ୨୫,୫୦୦ ଚିହ୍ନଟ ହେଉଛନ୍ତି। ତେଣୁ ମୁଁ ଭାବୁଛି ଯେ କରୋନାର ଭୟଙ୍କର ପ୍ରଭାବ ଏବେ ସରିଯାଇଛି। କିନ୍ତୁ ନଭେମ୍ବର ଶେଷ ଆଡ଼କୁ ସଂକ୍ରମଣ ବଢ଼ିବାର ସାମାନ୍ୟ ଆଶଙ୍କା ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ  ଆମେ ପର୍ବପର୍ବାଣୀ ସମୟ ଦେଇ ଯାଇସାରିଲେଣି। ରାଜ୍ୟ ନିର୍ବାଚନ ବି ଯାଇଛି। ଏହି ସମୟରେ ସେତେଟା କରୋନା ସଂକ୍ରମଣ ହୋଇ ନାହିଁ, ତେଣୁ ଦ୍ୱିତୀୟ ଥର କରୋନା ସଂକ୍ରମଣ ହୋଇନପାରେ ବୋଲି ଜାମୀଲ କହିଛନ୍ତି। ଆମ ଦେଶରେ ଲୋକେ ସଚେତନ ହୋଇ କରୋନା ସଂକ୍ରମଣ ଚେନ୍ ଭାଙ୍ଗୁଥିବାରୁ କରୋନାକୁ ଲଗାମ ଦେଇ ହୋଇଛି ବୋଲି ସେ କହିଛନ୍ତି।

Family portrait of novel coronavirus reveals a new type in India - The Federal

ତେବେ ଦେଶର ଅତି ସୁରକ୍ଷିତ ଓ ଅସମ୍ବେଦନଶୀଳ ବର୍ଗର ଲୋକେ ଲଗାତର  ସଂକ୍ରମିତ ହେଉଥିବେ। ଯଦି ପ୍ରତିରୋଧ ଶକ୍ତି ଗୋଟିଏ ବର୍ଷ କିମ୍ବା ତାଠାରୁ କମ୍‌ ସମୟ ପର୍ଯ୍ୟନ୍ତ ରୁହେ, ତେବେ ହୁଏତ ଆମ ଦେଶରେ ପରବର୍ତ୍ତୀ କିଛି ବର୍ଷ ପାଇଁ ନିୟମିତ ବ୍ୟବଧାନରେ ସଂକ୍ରମଣ ଦେଖିବାକୁ ମିଳିବ। କିନ୍ତୁ ଯଦି ଭଲ ଟିକା ଆସେ ତେବେ ଏହାର ସଂକ୍ରମଣକୁ ରୋକିହେବ ବୋଲି ଜାମୀଲ କହିଥିବା ପିଟିଆଇ ଖବର ପ୍ରକାଶ କରିଛି।

ପ୍ରଥମ ଅପେକ୍ଷା ଦ୍ୱିତୀୟ ଥର ପ୍ରଭାବ କମ୍‌ ହେବ

ସେହିପରି ଭାରତରେ କରୋନାରେ ଦ୍ୱିତୀୟ ସଂକ୍ରମଣ ବିଷୟରେ ପଚାରିବାରୁ କ୍ଲିନିକାଲ ସାଇଣ୍ଟିଷ୍ଟ ଡ. ଗଙ୍ଗଦୀପ କଙ୍ଗ କହିଛନ୍ତି ଯେ ପ୍ରଥମ ଥର ଭଳି କରୋନା ଟ୍ରାନ୍ସମିସନ ସେତେ ଦ୍ରୁତ ହେବ ନାହିଁ କି ଅଧିକ ହେବ ନାହିଁ। ତେଣୁ ଏଥିପାଇଁ ଭୟ କରିବାର କୌଣସି କାରଣ ନାହିଁ। କିନ୍ତୁ ଏବେବି କରୋନା ଦୂର ହୋଇ ନାହିଁ, ତେଣୁ ସାବଧାନ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ(କାର୍ଡିଓଲୋଜିଷ୍ଟ) ଡ. କେକେ ଅଗରୱାଲଙ୍କର ଏସମ୍ପର୍କରେ ସମାନ ମତ ରହିଛି। ଦେଶରେ ଏବେ ବି ୩-୪୦ ପ୍ରତିଶତ ଲୋକ କରୋନାରେ ସଂକ୍ରମତି ହୋଇ ନାହାନ୍ତି। ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ, ଆର୍ଜେଣ୍ଟିନା ଓ ପୋଲାଣ୍ଡରେ ଦ୍ୱିତୀୟଥର ସଂକ୍ରମଣ ଲହରୀ ଦେଖିବାକୁ ମିଳିନାହିଁ। ତେଣୁ ଦ୍ୱିତୀୟ ଲହରୀ ସଂକ୍ରମଣ ଆଶଙ୍କା ନାହିଁ ବୋଲି କେକେ ଅଗରୱାଲ କହିଛନ୍ତି। ଯଦି ଭାରତ ଚଳିତ ମାସ ଶେଷ ସୁଧା ଟିକାକରଣ ଆରମ୍ଭ କରେ ତେବେ ଆସନ୍ତାବର୍ଷ ମାର୍ଚ୍ଚ ୨୫ ସୁଧା କରୋନାକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।

NSW Health & Medical Research | Blood pressure drugs may bring clarity to new COVID-19 treatment

ଦ୍ୱିତୀୟ ଥର ଆସିପାରେ ଏକ ନୂଆ ଭାଇରସ

ତେବେ ଯଦି ବି କରୋନାର ଦ୍ୱିତୀୟ ସଂକ୍ରମଣ ଲହରୀ ଆସେ ତେବେ ଏହା ଏହା ଏକ ନୂଆ ଭାଇରସ ହେବ। ଯେଉଁଥିରେ ସଂକ୍ରମଣ ସଂଖ୍ୟା ବଢ଼ିବ କିନ୍ତୁ ମୃତ୍ୟୁ ସଂଖ୍ୟା କମିବ। ଏବଂ ଏହା ସାମୂହିକ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ଅଗରୱାଲ କହିଛନ୍ତି।

You might also like