ଲିଫ୍ଟ ଯୋଗୁ ବଢିଲା କରୋନା ସଂକ୍ରମଣ; ଆପର୍ଟମେଣ୍ଟରୁ ବାହାରିଲେ ୨୦ ପଜିଟିଭ

ହାଇଦ୍ରାବାଦ୍‌: ଯିବା ଆସିବାବେଳେ ଯଦି ଲିଫ୍ଟ ବ୍ୟବହାର କରୁଥାନ୍ତି ତେବେ ସାବାଧାନ ! କାରଣ କରୋନା ସଂକ୍ରମଣ ବ୍ୟାପିବାର ଏକ ମାଧ୍ୟମ ପାଲଟିଛି ଲି‍ଫ୍ଟ । ଲିଫ୍ଟ ଯୋଗୁ ଏଠାରେ ୨୦ରୁ ଅଧିକ ଲୋକ ଏଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଘଟଣା ଘଟିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲା ଅଞ୍ଚଳରେ ।

ଖମ୍ମମ ଜିଲ୍ଲାର ବାଇପାସ୍‌ ରୋଡ ଇଲାକାରେ ଥିବା ଏକ ୫ ମହଲା କୋଠାରୁ ୨୦ ଜଣ ପଜିଟିଭ ବାହାରିଛନ୍ତି। ଏହି ବିଲ୍‌ଡିଂରେ ରହୁଥିବା ପ୍ରାୟ ସମସ୍ତ ଲୋକ ଲିଫ୍ଟ ବ୍ୟବହାର କରିଥାନ୍ତି। ଏହି ବହୁତଳିୟ ପ୍ରାସାଦର ପ୍ରଥମ ମହଲାକୁ ଛାଡ଼ି ଅନ୍ୟ ସବୁ ମହଲାର ଲୋକେ ଲିପ୍ଟ କରୁଥିଲେ। ତେଣୁ ଏ ସବୁ ମହଲାରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଖାପାଖି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରଥମ ମହଲାର ଲୋକେ ଲିଫ୍ଟ ବ୍ୟବହାର କରୁ ନ ଥିବାରୁ ଏବଂ ଏଠାରୁ ଆଦୌ ପଜିଟିଭ ବାହାରି ନ ଥିବାରୁ ଲିଫ୍ଟ ହିଁ ଏଠି କରୋନା ଭାଇରସ୍‌ର ବାହକ ହୋଇଥିବା କୁହାଯାଉଛି।

ଏମାନେ ସମସ୍ତେ ମାତ୍ର ୨ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଛନ୍ତି। ରାପିଡ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଥିବାରୁ ସଂକ୍ରମଣ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ପାଇଥିଲା। ଖମ୍ମମ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଡା.ମାଲତିଙ୍କ କହିବା ଅନୁଯାୟୀ, ଖବର ପାଇବା ପରେ ବାଇପାସ ରୋଡ ଇଲାକରେ ଥିବା ଏହି ବହୁତଳିୟ ପ୍ରାସାଦକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଯାଇ ପରୀକ୍ଷା କରିଥିଲେ। ନମୂନା ପରୀକ୍ଷା ପରେ ଏହି ବିଲ୍‌ଡିଂରେ ରହୁଥିବା ୨୦ ଲୋକ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଥିଲା।

ଅବଶ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ କୌଣସି ଲକ୍ଷଣ ସର୍ଦ୍ଦି, କାଶ କିମ୍ବା ଜ୍ୱର ଦେଖା ଯାଉ ନ ଥିଲା। ସମସ୍ତଙ୍କୁ ନିଜ ଘରେ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ଲିଫ୍ଟ ବଟନ ଛୁଇଁବା କାରଣରୁ ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି। ତେବେ ଅନ୍ୟ କାରଣ ବି ଥାଇପାରେ ବୋଲି କହିଛନ୍ତି ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ।

ଏହି ବିଲ୍‌ଡିଂରେ ରହୁଥିବା ଲୋକଙ୍କ କହିବା କଥା, ଗତ ସପ୍ତାହରେ କୌଣସି ଭୋଜିଭାତ କିଛି ବି ହୋଇ ନ ଥିଲା। ତେଣୁ ଏକାଠି ହେବାରୁ ଯେ ସଂକ୍ରମଣ ବ୍ୟାପିଥିବ ସେ ଆଶଙ୍କା ନାହିଁ। ଏଠିକାର ଅଧିକାଂଶ ଲୋକ ଅନ୍ୟମାନଙ୍କ ଫ୍ଲାଟକୁ ପ୍ରାୟ ଯାଆନ୍ତି ନାହିଁ। ତେଣୁ ଲିଫ୍ଟର ବଟନ ହିଁ ସଂକ୍ରମଣର କାରଣ ବୋଲି ସେମାନେ ସନ୍ଦେହ କରୁଛନ୍ତି।

 

 

ଆହୁରି ପଢ଼ନ୍ତୁ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ମଣିଷ ଚର୍ମରେ କେତେ ସମୟ ଯାଏ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌ ? ସାମ୍ନାକୁ ଆସିଲା ତଥ୍ୟ

ମାର୍ଚ୍ଚରେ ବଜାରକୁ ଆସିବ କରୋନା ଭ୍ୟାକସିନ୍ !

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୨,୦୧୯ ପଜିଟିଭ୍‌ ଚିହ୍ନଟ

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ସଂକ୍ରମିତ ରାଜ୍ୟ ଭିତରେ ଟପ୍‌-୧୦ରେ ଓଡ଼ିଶା

You might also like