ଏଣିକି ବିନା ସ୍ୱାବରେ ହୋଇପାରିବ କରୋନା ଟେଷ୍ଟ, ୩ ଘଣ୍ଟାରେ ମିଳିବ ରିପୋର୍ଟ  

ନୂଆଦିଲ୍ଲୀ: ଦେଶରେ କରୋନା ନମୂନା ପରୀକ୍ଷା ପାଇଁ ସ୍ୱାବ ନେବା ଆବଶ୍ୟକ ନାହିଁ ।  କେବଳ କୁଳି ପାଣିରେ ହିଁ ହୋଇପାରିବ କରୋନା ପରୀକ୍ଷା । ନାଗପୁରର ନାଶନାଲ ଇନଭେଷ୍ଟମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିମାନେ କାଉନସିଲ RT-PCR  ପରୀକ୍ଷାର ନୂଆ ଉପାୟ ବାହାର କରିଛନ୍ତି । ଏହି ଉପାୟରେ ଜଣେ ବ୍ୟକ୍ତି ୩ ଘଣ୍ଟାରେ କରୋନା ଟେଷ୍ଟ କରିପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏ ନେଇ କହିଛନ୍ତି, ଏହି ଉପାୟ କୋବିଡ ଯୁଦ୍ଧରେ ଏକ ବଡ ଧରଣର ପରିବର୍ତ୍ତନ ଆଣିପାରିବ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରସର୍ଚ୍ଚ (ICMR) ଏହାକୁ ଅନୁମତି ଦେଇଛି ।  ପୂର୍ବରୁ ପୁଣେର ଏକ ଫାର୍ମା କମ୍ପାନୀ ରାପିଡ ଆଣ୍ଟିଜେନ ଟେଷ୍ଟକୁ ଅନୁମତି ମିଳିଥିଲ, ଯେଉଁଥିରେ ୧୫ ମିନିଟ୍‌ରେ ନମୂନା ପରୀକ୍ଷା କରାଯାଇ ପାରିବ ବୋଲି କହାଯାଇଛି ।

ଏପରି ଯାଞ୍ଚ ସେଲ୍ଫ ସାମ୍ପଲିଂ ଅଟେ । ଅର୍ଥାତ୍‌ ରୋଗୀ ନିଜେ ଘରେ କରୋନା ଟେଷ୍ଟ କରିପାରିବ । ଏନଭରମେଣ୍ଟାଲ  ଭାୟରୋଲଜି ସେଲର ବରିଷ୍ଠ ସାଇଣ୍ଟିଷ୍ଟ ଡାକ୍ତର କୃଷ୍ଣ କୁମାର କହିଛନ୍ତି, ଏହା ଦ୍ୱାରା ପରୀକ୍ଷା କେନ୍ଦ୍ରରେ ଭିଡ କମ ହେବ । ଏଥିସହିତ ସମୟ ବି ବଞ୍ଚିଯିବ  ଏବଂ ସଂକ୍ରମଣ ଭୟ ବି କମିିବ ।

ସାଧାରଣତଃ RT-PCR ସ୍ୱାବ ଜରିଆରେ ହୋଇଥାଏ । ନୂଆ ସାଲାଇନ ଗର୍ଗଲ ନମୂନା ପରୀକ୍ଷା ପାଇଁ ଗୋଟି, ଟ୍ୟୁବ ଦରକାର ହୋଇଥାଏ । ବ୍ୟକ୍ତି ଲୁଣ ପାଣିରେ ପାଟିରେ ରଖି ୧୫ ସେକେଣ୍ଡ ଗର୍ଗଲ କରିବା ପରେ ପାଟିରୁ ବାହାର କରି ଏକ ଟ୍ୟୁବରେ ରଖିବ । ଏହାକୁ ପରୀକ୍ଷା ପାଇଁ ଲାବକୁ ପଠାଇ ଦିଆଯିବ । ସେଠାରେ ଏହାକୁ ସ୍ୱତନ୍ତ୍ର ଭାବେ ରୁମ୍ ଟେମ୍ପରେଚରରେ ରଖି ପରୀକ୍ଷା କରାଯିବ । ସଲ୍ୟୁଶସ ଗରମ ହେବା ପରେ ଏହାକୁ RT-PCR ପାଇଁ ପ୍ରସେସ୍‌ଡ କରାଯିବ ।

ପୂର୍ବରୁ ଆଇସିଏମଆର ଘରେ କରୋନା ଟେଷ୍ଟ କରିବା ପାଇଁ କୋଭିସେଲ୍ଫ ନାମକ ଏକ କିଟ୍‌କୁ ମଞ୍ଜୁରୀ ଦେଇଥିଲା । ଏହି କିଟରେ ଟେଷ୍ଟିଂ ପ୍ରକ୍ରିୟା ମଧ୍ୟ ଖୁବ ସହଜ ।

You might also like