‘ସମସ୍ତଙ୍କୁ କରୋନା ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି’
ନୂଆଦିଲ୍ଲୀ: ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। କରୋନା ଟିକାକରଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଯଦି ଚେନ୍ ଭାଙ୍ଗିବାରେ ସଫଳ ହେଲୁ, ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବନି ବୋଲି କେନ୍ଦ୍ର କହିଛି। ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ICMR ଡିଜିଙ୍କ ସୂଚନା ଅନୁସାରେ, ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। ସମସ୍ତଙ୍କୁ ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି। କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଆମ ସମସ୍ତଙ୍କର ଲକ୍ଷ୍ୟ ବୋଲି ଡିଜି କହିଛନ୍ତି।
ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟିକା ଦେଇ ଚେନ୍ ଭାଙ୍ଗିବା ଆମ ଲକ୍ଷ୍ୟ। ଯଦି ଚେନ୍ ଭାଙ୍ଗିବାରେ ସଫଳ ହେଲୁ, ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବନି ବୋଲି କହିଛନ୍ତି।
ଗତକାଲି କୋଭିଡ ଟିକା ପ୍ରସ୍ତୁତକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଜେନୋଭା ବାଓଫାର୍ମାସୁଟିକାଲ୍, ବାଓଲଜିକାଲ-E ଏବଂ ଡର ରେଡ୍ଡି କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି।
ଭ୍ୟାକସିନ୍ ନିର୍ମାଣରେ ଲାଗିଥିବା ବୈଜ୍ଞାନିକ ଓ ଗବେଷକଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ। ଖାଲି ଭ୍ୟାକସିନ୍ ନିର୍ମାଣ ନୁହେଁ ଏହାକୁ ସାଧାରଣଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବି କମ୍ପାନିକୁ ଗୁରୁତ୍ୱ ଦେଇଛନ୍ତି। ଏହାସହ କରୋନା ଟିକା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅଧିକ ତଥ୍ୟ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି।