Odisha Unlock 4.0 Guidelines: ସେପ୍ଟେମ୍ବର ମାସର ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର (September) ମାସର କରୋନା ଗାଇଡଲାଇନ୍ (Corona Guideline) ଜାରି କଲେ ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ-

ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ (Unlock 4.0 Guideline)

  • କଣ୍ଟେନମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ୍ ଲାଗିବ।
  • ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିପାରିବେ।
  • କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ୍ ଡାଉନ୍ସେ
  • ପ୍ଟେମ୍ବର ୩୦ ତାରିଖ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ।
  • ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ।
  • ସିନେମା ହଲ, ସୁଇମିଂ ପୁଲ୍, ଥିଏଟର, ଅଡିଟୋରିୟମ ବନ୍ଦ ରହିବ।
  • ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି।
  • ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ।
  • ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ଼ ସମାବେଶ ବନ୍ଦ ରହିବ।
  • ଆଉ ରାଜ୍ୟରେ ଲାଗୁ ହେବନି ରାତ୍ରକାଳୀନ କର୍ଫ୍ୟୁ।
  • କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରହିବନି ନାଇଟ କର୍ଫ୍ୟୁ।
  • ସପ୍ତାହାନ୍ତ ସଟଡାଉନ ବି ରାଜ୍ୟରେ ଲାଗୁ ହେବନି।

ଧାର୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗାଇଡ୍‌ଲାଇନ୍‌

  • ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ଼ ସମାବେଶ ବନ୍ଦ ରହିବ।
  • ବାହାଘର କାର୍ଯ୍ୟକ୍ରମରେ ୫୦, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି।
  • ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଯାଆସ ନେଇ କୌଣସି ପ୍ରତିବନ୍ଧକ ନାହିଁ।
  • ଘରୋଇ ଯାନବାହନ, ମାଲପତ୍ର ପରିବହନରେ କୌଣସି ପ୍ରତିବନ୍ଧକ ନାହିଁ।
  • ପଡ଼ୋଶୀ ଦେଶକୁ ମାଲ ପରିବହନ ନେଇ କୌଣସି ସାନି ଅନୁମତି ଦରକାର ନାହିଁ।
  • ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ସେପ୍ଟେମ୍ବର ୧ରୁ ବସ୍ ଚଳାଚଳକୁ ଅନୁମତି।
  • ବୟସ୍କ, ରୋଗାକ୍ରାନ୍ତ, ପ୍ରସୂତି, ୧୦ ବର୍ଷରୁ କମ୍ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ।

ସ୍କୁଲ୍ ଓ କଲେଜ ତଥା ଶିକ୍ଷାନୁଷ୍ଠାନ ପାଇଁ କଣ ରହିଛି ନିୟମ ?

  • ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ।
  • ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ଶିକ୍ଷା ଦାନ କାର୍ଯ୍ୟ ବନ୍ଦ ରହିବ।
  • ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଚାଲୁ ରହିବ।
  • ଅନଲାଇନ ପାଠପଢ଼ା ଚାଲୁ ରହିବ।
  • ଡିଷ୍ଟାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ।
  • ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀ ଆସିବାକୁ ଅନୁମତି।
  • ପିଏଚ୍‌ଡି ଗବେଷକ, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲା ରହିବ।