ଭାରତକୁ ସହାୟତାର ହାତ ବଢାଇଲା ବିଶ୍ୱର ୨ ବଡ଼ କମ୍ପାନୀ

ନୂଆଦିଲ୍ଲୀ: ଭାରତର ଗମ୍ଭୀର କରୋନା ସ୍ଥିତିକୁ ଦେଖି ଉଦ୍‌ବେଗ ପ୍ରକାଶ କରିବା ସହିତ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱର ଦୁଇ ବଡ଼ କମ୍ପାନି ଗୁଗୁଲ ଓ ମାଇକ୍ରୋସଫ୍ଟ। ଆମେରିକାର ଏହି ଦୁଇ କମ୍ପାନିର ମୁଖ୍ୟ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଗୁଗୁଲର ମୁଖ୍ୟ ସୁନ୍ଦର ପିଚାଇ ଟ୍ୱିଟ୍‌ କରିଛନ୍ତି, ତାଙ୍କ କମ୍ପାନି ୟୁନିସେଫ୍ ଓ ଗିଭ୍ ଇଣ୍ଡିଆ ଜରିଆରେ ଭାରତକୁ ୧୩୫ କୋଟି ଟଙ୍କାର ସହାୟତା ଦେବ। ଏହି ଟଙ୍କାରେ ମେଡିକାଲ ସାମଗ୍ରୀ, ହାଇ ରିକ୍ସ ବ୍ୟକ୍ତିବିଶେଷ ଓ କରୋନା ସଂପର୍କରେ ସଚେତନତା ସୃଷ୍ଟି କରିବାରେ ଖର୍ଚ୍ଚ କରାଯାଇପାରିବ।

ସେପଟେ ମାଇକ୍ରୋସଫ୍ଟ ସତ୍ୟ ନାଦେଲା ଟ୍ୱିଟ କରିଛନ୍ତି, ଭାରତର ଅବସ୍ଥା ମତେ ଚିନ୍ତିତ କରିଛି ମାଇକ୍ରୋସଫ୍ଟ ନିଜର ସମ୍ବଳ, ଟେକ୍ନୋଲଜି ଜରିଆରେ ଭାରତକୁ ସାଧ୍ୟମତେ ସାହାଯ୍ୟ କରିବ। ଲୋକଙ୍କ ପାଖରେ କୋଭିଡ ସହାୟତା ପହଞ୍ଚାଇବାରେ ଓ କ୍ରିଟିକାଲ ଅକ୍ସିଜେନ କନ୍ସେନଟ୍ରେସନ ଡିଭାଇସ୍ କିଣିବାରେ ଏହା ସହାୟକ ହେବ। ଆମେରିକା ମଧ୍ୟ ଭାରତକୁ ସହେଯୋଗର ପ୍ରତିଶ୍ରୁତି ଦେଇଥିବାରୁ ଆମେରିକାକୁ ନାଦେଲା ଧନ୍ୟବାଦ ଦେଇଛନ୍ତି।

You might also like