ଦେଶରେ ପ୍ରଥମ; ୨୪ ଘଣ୍ଟାରେ ଲକ୍ଷେ ଟପିଲା କରୋନା କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଲା। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି। ଆଜି ଦେଶରେ ୧, ୦୩, ୩୪୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ରକେର୍ଡ। ଆମେରିକା ପରେ ଏବେ ଭାରତ ଦ୍ୱିତୀୟ ଦେଶ ଯେଉଁଠି ଦୈନିକ କରୋନା ଏକ ଲକ୍ଷ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ୪୭୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଦେଶରେ ଗତ ସେପ୍ଟେମ୍ବରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିଲେ। ସେତେବେଳେ ଦୈନିକ ଚିହ୍ନଟ କରୋନା ରୋଗୀଙ୍କ ସଂଖ୍ୟା ୯୮, ୭୯୫ ଲକ୍ଷ ଥିଲା।

ଭାରତରେ କରୋନର ଦ୍ୱିତୀୟ ଲହରୀର ଆରମ୍ଭ ୫୨ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ଗତବର୍ଷ ତୁଳନାରେ ଏବର୍ଷ କରୋନା ଅଧିକ ଭୟଙ୍କର ଓ କ୍ଷତିକାରକ ମନେ ହେଉଛି। କାରଣ ଗତବର୍ଷ ତୁଳନାରେ ଏଥର କରୋନା ସଂକ୍ରମଣ ୭ ଗୁଣା ଅଧିକ ହୋଇଛି। ସେହିପରି କରୋନା ସାପ୍ତାହିକ ମୃତ୍ୟୁ ସଂଖ୍ୟା ୫୯ ପ୍ରତିଶତ ବୃଦ୍ଧି ପାଇଛି।

ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରବିବାର ଆକ୍ଟିଭ କେସ ୫୦ ହଜାରରୁ ଅଧିକ ରେଟ୍‌ରେ ବଢୁଛି। ତିନି ଦିନରେ  ଆକ୍ଟିଭ କେସ୍‌ ୧ ଲକ୍ଷରୁ ଅଧିକ ରହିଛି। ଗତ ସପ୍ତାହରେ ଅର୍ଥାତ୍‌ ମାର୍ଚ୍ଚ ୨୯ରୁ ଏପ୍ରିଲ୍‌ ମଧ୍ୟରେ କରୋନା କେସ ୫, ୪୫, ୩୨୫ ସାମ୍ନାକୁ ଆସିଛି।

ତେବେ ମହାରାଷ୍ଟ୍ରରେ କରୋନା ସ୍ଥିତି ସବୁଠାରୁ ଖରାପ ରହିଛି। ରବିବାର ଏଠାରେ ସବୁଠାରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରବିବାର ଏହି ରାଜ୍ୟରୁ ୫୭ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଠାରେ ଆକ୍ଟିଭ କେସ୍ ସଂଖ୍ୟା ୪ ଲକ୍ଷ ୩୦ ହଜାର ୫୦୩କୁ ବୃଦ୍ଧି ପାଇଥିବାବେଳେ  ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେବଳ ମୁମ୍ବାଇରେ ୧୧ ହଜାର ୧୬୩ ଆକ୍ରାନ୍ତ ହୋଇଛନ୍ତି, ଦିନକରେ ସର୍ବାଧିକ। ମୁମ୍ବାଇରେ ଦିନକରେ ୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରବିବାର ୨୭ ହଜାର ୫୦୮ ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

ପରିସ୍ଥିତିକୁ ଦେଖି ଏଠାରେ ସଂପୂର୍ଣ୍ଣ ଲକ୍‌ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍‌ଡାଉନ୍ ଜାରି ହୋଇଛି।  ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ ରାଜ୍ୟ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ।

You might also like