ରାଜ୍ୟ ସରକାର ଚାହିଁଲେ କରୋନା ଟିକା କିଣି ପାରିବେ ନାହିଁ

ନୂଆଦିଲ୍ଲୀ: କରୋନା ନିୟନ୍ତ୍ରଣ ଲାଗି ଆବଶ୍ୟକ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ହିଁ କ୍ରୟ କରିବେ । ଭ୍ୟାକସିନ୍ କ୍ରୟ, ଏଥିଲାଗି ଅର୍ଥ ବ୍ୟବସ୍ଥା ଏବଂ ବଣ୍ଟନ ନେଇ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ଗତକାଲି ନୀତି ଆୟୋଗର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ମୁଖ୍ୟ ଭିକେ ପଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଭ୍ୟାକସିନ୍ ଭାରତକୁ ଆସିବା ପରେ କିମ୍ବା ଭାରତରେ ନିର୍ମାଣ ହେବା ପରେ କିପରି ଏହାର ପରିଚାଳନା କିଣାଯିବ ସେ ନେଇ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ।  ଏହାସହ ଭ୍ୟାକସିନକୁ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ବ୍ୟବସ୍ଥା କିପରି ହେବ ସେ ନେଇ ବି ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ରାଜ୍ୟ ସରକାର ଚାହିଁଲେ ନିଜ ଇଚ୍ଛାରେ କରୋନା ଟିକା କିଣି ପାରିବେ ନାହିଁ

ଦେଶରେ କରୋନା ମୁକାବିଲା ଲାଗି ସମୂହ ଟୀକାକରଣ କାର୍ଯ୍ୟ  କେନ୍ଦ୍ର ସରକାରଙ୍କ ଦ୍ୱାରା ହିଁ କରାଯିବ । ଟିକା କେଉଁ ଅଂଚଳକୁ ପ୍ରଥମେ ଦିଆଯିବ ତାହା  ନିଶ୍ଚିତ କରିବେ କେନ୍ଦ୍ର ସରକାର । ଟୀକାକରଣ, ବଣ୍ଟନ ଏବଂ କେତେ ଟିକା ରହିଛି ଏହାର ସଠିକ ପରିଚାଳନା ଲାଗି ଅତ୍ୟାଧୁନିକ ଡିଜିଟାଲ ଟ୍ରାକିଂ ବ୍ୟବସ୍ଥା କରାଯିବ।

You might also like