ଦିଲ୍ଲୀପ କୁମାରଙ୍କ ସାନଭାଇ ଅସଲମ ଖାନଙ୍କ ପରଲୋକ; କରୋନାରେ ଆକ୍ରାନ୍ତ ଥିଲେ

ମୁମ୍ବାଇ: ଭେଟେରାନ ଫିଲ୍ମ ଷ୍ଟାର ଦିଲ୍ଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କର ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଷ୍ଟାର୍ ଦିଲ୍ଲୀପ କୁମାର ଏନେଇ ଏକ ଟ୍ୱିଟ୍‌କୁ ରିଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଥିଲା।

ସେ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଲୀଳବତୀ ହସ୍‌ଟିପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସହିତ ତାଙ୍କ  ବଡ଼ ଭାଇ ଇସାନ ଖାନ ମଧ୍ୟ ହସ୍‌ପିଟାଲ୍‌ରେ ଆକ୍ରାନ୍ତ ହୋଇଥିଲେ। ଅସଲମଙ୍କ ବୟସ ୮୦ ହୋଇଥିବା ବେଳେ ଇସାନଙ୍କୁ ୯୦ ବର୍ଷ।

ତେବେ ଦିଲ୍ଲୀପ କୁମାର ଓ ତାଙ୍କ ପତ୍ନୀ ସାଇରା ବାନୁ ଅନ୍ୟ ଏକ ଫ୍ଲାଟ୍‌ରେ ରହୁଥିବାରୁ ସେମାନେ ସୁରକ୍ଷିତ ଅଛନ୍ତି।

ଏହା ପୂର୍ବରୁ ଅନେକ ବଡ଼ ବଡ଼ ବଲିଉଡ୍ ଷ୍ଚାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବଚ୍ଚନ ପରିବାରରେ ନିଜେ ଅମିତାଭଙ୍କ ସହିତ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ବି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ସତୀଶ ଶାହଙ୍କୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଅନୁପମ ଖେର୍‌ଙ୍କ ପରିବାରେ ମଧ୍ୟ ତାଙ୍କ ଭାଇ ଓ ମା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା। 

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like