କ୍ରିକେଟ୍‌ କିଟ୍‌ କିଣିବା ପାଇଁ ପାଖରେ ଟଙ୍କା ନ ଥିଲା, ହେଲେ ଆଜି IPLରେ କରୁଛନ୍ତି ଧମାଲ୍‌

ଦୁବାଇ: ଚେନ୍ନାଇ ସୁପର କିଙ୍ଗ‌ସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ(CSK Vs SRH) ମଧ୍ୟରେ ଶୁକ୍ରବାର ହୋଇଥିବା ଆଇପିଏଲ୍‌ ମୁକାବିଲାରେ କ୍ରିକେଟପ୍ରେମୀ ମାନେ ଜଣେ ନୂଆ ଯୁବ କ୍ରିକେଟ୍‌ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି। ସେ ହେଉଛନ୍ତି ସନ୍‌ରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କର ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା।

ସନ୍‌ରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ସବୁଠାରୁ ବଡ଼ କଥା, ଗର୍ଗ ଏପରି ସମୟରେ ଖେଳିଲେ ଯେଉଁ ସମୟରେ ସନ୍‌ରାଇଜର୍ସର ବଡ଼ ବଡ଼ ଖେଳାଳି ଆଉଟ୍‌ ହୋଇଯାଇଥିଲେ। ଅଣ୍ଡର୍‌ ୧୯ ୱାର୍ଲଡ୍‌ କପ୍‌ରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଥିବା କ୍ରିକେଟର ପ୍ରିୟମ୍‌ଙ୍କ କ୍ରିକେଟ୍‌ ମୈଦାନକୁ ଓହ୍ଲାଇବା ସଂଘର୍ଷ ବଡ଼ କଷ୍ଟକର ଥିଲା। ତାଙ୍କର ଏହି ସଂଘର୍ଷମୟ କାହାଣୀ ଜାଣିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ।

୧୧ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ ପ୍ରିୟମ

ଉତ୍ତରପ୍ରଦେଶ ମିରଟରୁ ୨୫ କି.ମି. ଦୂରରେ ପରୀକ୍ଷିତଗଡ଼ରେ ପ୍ରିୟମଙ୍କ ପରିବାର ରୁହନ୍ତି। ପ୍ରିୟମଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା, ସେ ତାଙ୍କ ମା’ଙ୍କୁ ହରାଇଥିଲେ। ମା’ଙ୍କର ସ୍ୱପ୍ନ ଥିଲା ପୁଅ ବଡ଼ ହୋଇ ଭଲ କ୍ରିକେଟର ହେଉ। ଆଉ ମା’ଙ୍କ ସ୍ୱପ୍ନ ମଧ୍ୟ ପୂରଣ କଲେ ପ୍ରିୟମ, ହେଲେ ଏସବୁ ଦେଖିବା ପାଇଁ ତାଙ୍କ ପାଖରେ ତାଙ୍କ ମା’ ଆଉ ନ ଥିଲେ। ୨୦୧୧ ମସିହାରେ ମା’ଙ୍କ ମୃତ୍ୟୁ ପରେ ମା’ଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ। ପ୍ରତ୍ୟେକ ଦିନ ସେ ପାଠପଢ଼ା ସହ ୭ରୁ ୮ଘଣ୍ଟା ଫିଲ୍ଡରେ କ୍ରିକେଟ୍‌ ପ୍ରାକ୍ଟିସ୍‌ କରୁଥିଲେ। ୭ ବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ଉତ୍ତରପ୍ରଦେଶର ରଣଜୀ ଟିମ୍‌ ପାଇଁ ତାଙ୍କୁ ଚୟନ କରାଯାଇଥିଲା।  

ପ୍ରିୟମଙ୍କ ପାଇଁ ବାପା ଉଠାଇଥିଲେ ଏସବୁ କଷ୍ଟ

ପ୍ରିୟମ ଛୋଟ ଥିବାବେଳେ ସେହି ସମୟରେ ତାଙ୍କ ବାପା ନରେଶ ଗର୍ଗ ଘର ଚଳାଇବା ପାଇଁ ସ୍କୁଲ୍‌ ଭ୍ୟାନ୍‌ ଚଲାଉଥିଲେ। ପ୍ରିୟମଙ୍କର ୫ଜଣ ଭାଇଭଉଣୀ ଥିଲେ। ତେଣୁ ଘର ଚଳାଇବା ନରେଶଙ୍କ ପାଇଁ ବଡ଼ ମୁସ୍କିଲ୍‌ ଥିଲା। ଏସବୁ ପରେ ମଧ୍ୟ ପ୍ରିୟମଙ୍କ କ୍ରିକେଟ୍‌ ପ୍ରତି ଆଗ୍ରହ ଦେଖି ନରେଶ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। କ୍ରିକେଟ୍‌ କିଟ୍‌ କିଣିବା ପାଇଁ ପାଖରେ ଟଙ୍କା ନଥିଲା। ତେଣୁ ନରେଶ ତାଙ୍କର ଜଣେ ବନ୍ଧୁଙ୍କ ନିକଟରୁ ଟଙ୍କା ଉଧାର ଆଣି ପୁଅ ପାଇଁ କ୍ରିକେଟ୍‌ କିଟ୍‌ କିଣି ଦେଇଥିଲେ। ଏପରିକି ପ୍ରିୟମଙ୍କୁ ତାଙ୍କ ବାପା କ୍ରିକେଟ୍‌ କୋଚିଂ ପାଇଁ ମଧ୍ୟ ପଠାଇଥିଲେ।

ଜାଣନ୍ତୁ ପ୍ରିୟମଙ୍କ ବିଷୟରେ କିଛି କଥା….

  • ୨୦୧୮-୧୯ରେ ରଣଜୀ ସିଜନ୍‌ରେ ଡେବ୍ୟୁ କରି ପ୍ରିୟମ ୮୦୦ରୁ ଅଧିକ ରନ୍‌ କରିଥିଲେ।
  • ଗୋଆ ବିପକ୍ଷରେ ଡେବ୍ୟୁ କରି ସେଞ୍ଚୁରୀ କରିଥିଲେ ପ୍ରିୟମ।
  • ଗତ ଅଣ୍ଡର୍‌ ୧୯ ୱାର୍ଲଡ୍‌ କପ୍‌ ମ୍ୟାଚ୍‌ରେ ଭାରତକୁ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
  • ପୂର୍ବ ବର୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୧.୯ କୋଟି ଟଙ୍କାରେ କିଣିଥିଲେ।

ଖାଲି ମା’ଙ୍କ ସ୍ୱପ୍ନ ନୁହେଁ ବାପାଙ୍କ ପରିଶ୍ରମର ଫଳ ମଧ୍ୟ ବୃଥା ହେବାକୁ ଦେଇ ନାହାନ୍ତି ପ୍ରିୟମ। କଠିନ ପରିଶ୍ରମ କରି ଆଜି ସେ ଉଭୟ ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।

ଆହୁରି ପଢ଼ନ୍ତୁ

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୧, ୪୮୦ କରୋନା ପଜିଟିଭ, ଖୋର୍ଦ୍ଧାରୁ କମୁଛି, ଅନୁଗୋଳରେ ବଢୁଛି

କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ

‘ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ମିଳିବା ଦରକାର’

ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

You might also like