ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଜିଏସ୍‌ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏଣିକି ଘରୋଇ ଲ୍ୟାବ୍‌ରେ‌ କୋଭିଡ୍‌-୧୯ ଟେଷ୍ଟ କଲେ ଫି ପଡ଼ିବ ୨୨ଶହ ଟଙ୍କା। ଜିଏସ୍‌ଟି ସହ ଫି ୨୨ଶହ ଟଙ୍କା ହେବ।

ସେହିଭଳି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି ମିଳିଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ। ତା ସହିତ InDNA ଲାଇଫ ସାଇନ୍ସ ଲି, ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। RMRCର ତତ୍ତ୍ୱାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ ଏହି ଟେଷ୍ଟ କରିପାରିବେ।

ଅନ୍ୟପଟେ ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକରେ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୮୧, ରାୟଗଡ଼ା- ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି NDRFର ଆଉ ଜଣେ ଯବାନ କରୋନାରେ Eକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୮୧୦୬କୁ ବୃଦ୍ଧି, ଏଯାବତ୍ ୫୫୦୨ ଜଣ ସୁସ୍ଥ ହୋଇଥିବାବେଳେ  ଆକ୍ଟିଭ  କେସ୍ ଅଛି ୨୫୬୭।

ଆହୁରି ପଢ଼ନ୍ତୁ

You might also like