ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ବ୍ୟାପୁଛି କରୋନା

ୱାଶିଂଟନ: କରୋନା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ଏହି ମହାମାରୀ ଦ୍ରୁତ ଗତିରେ ବଢୁଛି। ଏହି ସବୁ ସ୍ଥାନକୁ ଯାଇଥିବା ଲୋକେ ସୁପର୍ ସ୍ପ୍ରେଡର୍ ପାଲଟିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ନର୍ଥେଓ୍ୱଷ୍ଟର୍ଣ୍ଣ ୟୁନିଭରସିଟିର ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକଙ୍କ ସଂପର୍କରେ ଡାଟା ସଂଗ୍ରହ କରାଯାଇଥିଲା। ସେମାନେ କେଉଁ ଜାଗାକୁ ଯାଇଥିଲେ, କେତେ ସମୟ ରହିଥିଲେ, କାହା କାହା ସଂସ୍ପର୍ଶରେ ଆସିଥିଲେ, କାହା କାହା ଘରକୁ ଯାଇଥିଲେ ସେ ସବୁ ତଥ୍ୟ ବିଶ୍ଲେଷଣ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ହୋଟେଲ, ରେଷ୍ଟୁରାଷ୍ଟ ଓ ଜିମ୍ ଖୋଲିବା ଯୋଗୁଁ କୋଭିଡ ଅଧିକ ବ୍ୟାପୁଛି।

ଏହି ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, କୋଭିଡ ରୋକିବାକୁ କଡ଼ା ଲକ୍‌ଡାଉନ୍ ଜରୁରୀ ନୁହେଁ। ବଡ଼ ଅଞ୍ଚଳକୁ ପୁରା ସଟ୍‌ଡାଉନ୍ ନ କରି ନିର୍ଦ୍ଦିଷ୍ଟ ଛୋଟ ଛୋଟ ସ୍ଥାନରେ କଟକଣା, ମାସ୍କ ଓ ସାନିଟାଇଜର୍ ବ୍ୟବହାର, ଭିଡ଼ ହ୍ରାସ ଓ ସାମାଜିକ ଦୂରତ୍ୱ ରଖି କରୋନାର ମୁକାବିଲା କରାଯାଇ ପାରିବ।

You might also like