ଆସୁଛି କରୋନା ଟିକା ! କାହାକୁ ଆଗ ଦିଆଯିବ ଭ୍ୟାକସିନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ କରୋନା ଟିକା। କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ୍ ପ୍ରସ୍ତୁତି ନିର୍ଦ୍ଦେଶ। ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ IMA, ଆୟୁଷ, ନର୍ସିଂ ଆସୋସିଏସନ ସଭାପତି, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି କରାଯାଇଛି।

ସଂଘ ସଦସ୍ୟ ନିଜ ନାଁ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ଅକ୍ଟୋବର ୨୯ ସୁଦ୍ଧା ନାଁ ଦେବାକୁ ଚିଠିରେ ACS ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ମଧ୍ୟ ସ୍ବାସ୍ଥ୍ୟ ACS ମଧ୍ୟ ଚିଠି ଲେଖିଛନ୍ତି।

covaxinଅଙ୍ଗନବାଡ଼ି କର୍ମୀ, ହେଲ୍ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨୫ ମଧ୍ୟରେ CVBMSରେ ଡାଟା ଅପଲୋଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଅଙ୍ଗନବାଡ଼ି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ଆଜି ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର।

ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୭ ବିଲିଅନ ଡଲାରର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି।

ଜଣ ପିଛା ୬ରୁ ୭ ଡଲାର ବା ୪୫୦ରୁ ୫୫୦ ଟଙ୍କା ହିସାବରେ ୧୩୦ କୋଟି ଲୋକଙ୍କ ପାଇଁ ଏହି ବ୍ୟୟ ବରାଦ କରାଯାଇଛି।

You might also like