ରାଜ୍ୟରେ ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୮, ଲୋକାଲ୍ କଣ୍ଟାକ୍ଟ ୪୩ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ୭୩୧୬କୁ ବୃଦ୍ଧି ପାଇଛି। ସେହିପରି ୫୧୮୯ ସୁସ୍ଥ ହୋଇଛନ୍ତି। ଏବେବି ୨୦୯୪ ଆକ୍ଟିଭ କେଶ ରହିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେଉଁ ଜିଲ୍ଲାରୁ କେତେ:-

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୩୨, ଖୋର୍ଦ୍ଧାରୁ ୨୬, ନୟାଗଡ଼ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ପୁରୀ ଓ ବରଗଡ଼ରୁ ୧୨ ଲେଖାଏଁ, ମାଲକାନଗିରିରୁ ୧୦, ସୁନ୍ଦରଗଡ଼ରୁ ୭, ଗଜପତିରୁ ୬, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା, ବଲାଙ୍ଗିର ଓ ଦେବଗଡ଼ରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର, ବାଲେଶ୍ୱରରୁ ୨ ଲେଖାଏଁ, ସୋନପୁର, ଯାଜପୁର ଓ ଅନୁଗୁଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ପନ  ଡ୍ୟୁଟି କରିଥିବା ଜଣେ NDRF ଯବାନ ମଧ୍ୟ ସଂକ୍ରମିତ ହୋଇଛନ୍ତି।


ସେହିପରି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ପୁରୁଷ। ମୃତ୍ୟୁର କାରଣ ଫୁସଫୁସ କ୍ୟାନସର ସରକାର ଦର୍ଶାଇଛନ୍ତି।

You might also like