କରୋନାରୁ ସୁସ୍ଥ ହୋଇଥିଲେବି ହାର୍ଟ ଚେକ୍ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଜାଣନ୍ତୁ

କୋଭିଡ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । କୋଭିଡ୍‌-୧୯ର ମେଡିକାଲ ଡାଟାରୁ ଜଣାପଡିଛି ଯେ, ଏହା ମଲ୍ଟି ଅର୍ଗାନ୍ ସିଷ୍ଟମ ଡିଜିଜ୍ ଅର୍ଥାତ୍ ଶରୀରର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗକୁ ଏହା ପ୍ରଭାବିତ କରୁଛି । କିନ୍ତୁ ଦ୍ୱିତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଠାରେ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଉଛି । ଯାହାକୁ ଲଙ୍ଗ୍‌-କୋଭିଡ୍ ବୋଲି କୁହାଯାଉଛି । କିଛି କୋଭିଡ୍ ରୋଗୀଙ୍କ ଠାରେ ହୃଦ୍‌, କିଡନୀ ଓ ମସ୍ତିଷ୍କ ରୋଗ ମଧ୍ୟ ରହୁଛି । ଏହି ଲଙ୍ଗ୍ କୋଭିଡ୍ ୨୦୨୦ରେ ମଧ୍ୟ ସାମନାକୁ ଆସିଥିଲା । କିନ୍ତୁ ଏନେଇ ଅଧିକ ପ୍ରମାଣ ଏବେ ଆସିବାରେ ଲାଗିଛି ।

କୋଭିଡ୍‌-୧୯ ପାଇଁ ହାର୍ଟକୁ କିପରି ପ୍ରଭାବିତ କରିଥାଏ, ଏନେଇ ବିଭିନ୍ନ ପ୍ରକାରର ଷ୍ଟଡି ଦେଖିବାକୁ ମିଳିଥିଲା । ଚୀନ୍‌୍‌୍‌ର ଉହାନ ରୋଗୀମାନଙ୍କ ଠାରେ ଦେଖିଦେଇଥିବା ହୃଦ୍ ସମସ୍ୟା ଜାମା ରିପୋର୍ଟରେ ଉଲ୍ଲେଖ କରାଯାଇଛି । କୋଭିଡ୍‌-୧୯ ସଂକ୍ରମିତ ହେଲେ ରୋଗୀର ଅକ୍ସିଜେନ୍ ଲେବଲ ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ଶରୀରର ହୃଦପିଣ୍ଡ ପ୍ରେସର ବଢିଯାଏ । ଏହାହେଲେ ଶରୀରର ହୃତପିଣ୍ଡ ମାଂସପେଶୀକୁ ଦୁର୍ବଳ କରିଦେବା ସହ ହୃଦ୍ ଘାତ ହେବାର ବହୁ ସମ୍ଭାବନା ରହିଥାଏ । ସେହିପରି ରକ୍ତ ଚାପ ବଢିଗଲେ ଶିରା ପ୍ରଶିରାରେ ଥିବା ରକ୍ତର ଚାପ ବଢିଯାଏ । ଫଳରେ ରୋଗୀର ଛାତିରେ ଯନ୍ତ୍ରଣା ହେବା ସହ ହୃଦ୍ ଘାତ ହେବାର ସମ୍ଭାବନା ରହିଥାଏ ।

ଜଣେ ରୋଗୀ କରୋନାରେ ସଂକ୍ରମିତ ହୋଇଥିବା ସମୟରେ ଶରୀରର ଯତ୍ନ ନେବା ଯେତିକି ଜରୁରୀ, କରୋନା ସୁସ୍ଥ ହେବା ପରେ ନିମ୍ନୋକ୍ତ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । କରୋନାରୁ ଆରୋଗ୍ୟ ବ୍ୟକ୍ତି କିଛି ସପ୍ତାହ ପର୍ଯ୍ୟନ୍ତ ଅନେକ ଲକ୍ଷଣ ଦେଖାଦେଇଥାଏ । ଯଦି ରୋଗୀର କୌଣସି ହୃଦ୍ ରୋଗ ରହିଥାଏ, ତେବେ କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ । କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରେ କେଉଁ ସବୁ ଲକ୍ଷଣ ଦେଖାଦିଏ ଜାଣନ୍ତୁ:-

  • ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେବା
  • ଧିରେ ଧିରେ ଯନ୍ତ୍ରଣା ବଢିବା କିମ୍ବା ବାମ କିମ୍ବା ଡାହାଣ ହାତର ବାହୁ ଭାର ଭାରି ଲାଗିିବା
  • ହଠାତ୍ ଶରୀରୁ ଝାଳ ନିର୍ଗତ ହେବା
  • ହାର୍ଟ ବିଟରେ ଅନିୟମିତତା ଦେଖାଦେବା
  • ଅତ୍ୟଧିକ ଦୁର୍ବଳ ଅନୁଭବ କରିବା କିମ୍ବା ଶାରିରୀକ ପରିଶ୍ରମ ନଥାଇ ବି ହାଲିଆ ତଥା ଥକ୍କା ଅନୁଭବ କରିବା

କୋଭିଡରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ଠାରେ ଯଦି ଏସବୁ ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଠିକ୍ ସମୟରେ ଚିକିତ୍ସା କଲେ ସମସ୍ତେ କରୋନାରୁ ମୁକ୍ତ ହୋଇପାରିବେ ।

You might also like