ମାତ୍ର ୩୦ ସେକେଣ୍ଡରେ ମାଉଥ୍‌ୱାଶ୍‌ ମାରିବ କରୋନା ଭୂତାଣୁ !

ଲଣ୍ଡନ: କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ମାଉଥ୍‌ୱାଶ୍‌‌ ହେବ ଅମୋଘ ଅସ୍ତ୍ର। ମାତ୍ର ୩୦ ସେକେଣ୍ଡରେ କରୋନାକୁ ମାରିବ ମାଉଥ୍‌ୱାଶ୍। ବ୍ରିଟେନ୍‌ର କାର୍ଡିଫ୍‌ ୟୁନିଭର୍ସିଟିର ଏକ ଲ୍ୟାବ୍‌ରେ ବୈଜ୍ଞାନିକମାନେ ଗବେଷଣା କରି ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି।

ଗତସପ୍ତାହରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ ମାଉଥ୍‌ୱାଶ୍ କରୋନା ଭାଇରସ୍‌କୁ କାଉଣ୍ଟର କରିବାର ଏକ ସରଳ ଉପାୟ ବୋଲି ଜଣାପଡ଼ିଛି। ଯଦିଓ ଏହି ନୂଆ ଗବେଷଣାକୁ ସମୀକ୍ଷା କରାଯାଇ ନାହିଁ, ତେବେ ଏହା ଅନ୍ୟ ଏକ ଗବେଷଣା ରିପୋର୍ଟ ସହିତ ମେଳ ଖାଉଛି। ପୂର୍ବ ରିପୋର୍ଟରେ ମାଉଥ୍‌ୱାଶ୍‌ କରୋନା ନଷ୍ଟ କରିବାର କ୍ଷମତା ରଖୁଥିବା ଦର୍ଶାଯାଇଥିଲା।

Coronavirus: Symptome, Gefährlichkeit, Impfstoff, Übertragung, Ansteckung - DER SPIEGEL

ଉଭୟ ଷ୍ଟଡିର ଲ୍ୟାବ୍‌ ଟେଷ୍ଟରୁ ଏହା ଜଣାପଡ଼ିଛି ଯେ ମାଉଥ୍‌ୱାଶ୍‌ରେ ବ୍ୟବହାର କରାଯାଉଥିବା ସେଟିପାଇରିଡିନିୟମ୍ କ୍ଲୋରାଇଡ୍(ସିପିସି) କରୋନା ଭାଇରସ୍‌କୁ ନଷ୍ଟ କରୁଛି। Covid-19 ର ଚିକିତ୍ସା ପାଇଁ ମାଉତ୍‌ୱାଶ୍‌ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୩୦ ସେକେଣ୍ଡର ଏହି ପରୀକ୍ଷଣରେ ସେଟିପାଇରିଡିନିୟମ୍ କ୍ଲୋରାଇଡ୍ ଥିବା ଦୁଇଟି ମାଉଥ୍‌ ୱାସ୍‌ ଇଥାନଲ୍/ ଇଥିଲ୍ ଲୋରାଏଟ ଆର୍ଜିନେଟ୍ ଥିବା ମାଉଥ୍‌ୱାସ୍‌ କରୋନା ଭାଇରସ ଜୀବାଣୁକୁ ମାରୁଥିବାର ଦେଖାଯାଇଥିଲା ବୋଲି ଗବେଷମାନେ କହିଛନ୍ତି। Kristallstruktur: Schlüsselelement des Coronavirus aufgeklärt - Forschung & Lehre

ମାଉଥ୍‌ୱାଶ୍‌ର ଏପରି ଗୁଣ ଦେଖିବା ପରେ ଗବେଷକମାନେ ଏବେ ଏହାର କ୍ଲିନିକାଲ୍ ପରୀକ୍ଷଣ କରିବା ପାଇଁ ଯୋଜନା କରୁଛନ୍ତି। ଏବଂ ଦେଖିବାକୁ ଚାହୁଁଛନ୍ତି ଯେ ମାଉଥ୍‌ୱାଶ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୋଭିଡ୍ -19 ରୋଗୀଙ୍କ ଲାଳରେ କରୋନାଭାଇରସ୍ ସ୍ତର ହ୍ରାସ କରିବାରେ ସାହାଯ୍ୟ କରୁଛି କି ନାହିଁ। ଯଦି ପରୀକ୍ଷଣ କରାଯାଏ, ତେବେ ଏହାର ଫଳାଫଳ ଆସନ୍ତାବର୍ଷ ଆରମ୍ଭରୁ ହିଁ ଆସିଯିବ।APPLY: HEC Paris launches 'Hacking Covid-19 Africa' - ITEdgeNews.ng

କରୋନା ଭ୍ୟାକ୍ସିନ ପାଇଁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଏହି ନୂଆ ଗବେଷଣାକୁ ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଯଦି ମାଉଥ୍‌ୱାଶ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ରେ ସଫଳ ହୁଏ, ତେବେ ଏହା ନିଶ୍ଚିତ କରୋନା ଭାଇରସ ବିରୋଧରେ ଅମୋଘ ଅସ୍ତ୍ର ହେବ।

 

You might also like