କରୋନାକୁ ନେଇ ଆସିଲା ଆଶ୍ୱସ୍ତି ଖବର

ନୂଆଦିଲ୍ଲୀ: କୋଭିଡକୁ ନେଇ ଆଶ୍ୱସ୍ତିର ଖବର।  ଦେଶରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଛି।  କୋଭିଡ୍ ଭୂତାଣୁ ସଂକ୍ରମଣ ହାର ଖସି ୫. ୪୨ ପ୍ରତିଶତରେ ପହଞ୍ଚିଛ। ଗତ ଅଗଷ୍ଟ ମାସରେ ଦେଶରେ କରୋନା ସଂକ୍ରମଣ ହାର ୮. ୮୯ ପ୍ରତିଶତ ରହିଥିବାବେଳେ ୪ ଫେବ୍ରୁଆରୀରେ ୫. ୪୨ ପ୍ରତିଶତକୁ ଖସି ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତ ସପ୍ତାହରେ କୋଭିଡ୍ ସଂକ୍ରମଣ ହାର ୧. ୮୨ ପ୍ରତିଶତ ରେକର୍ଡ ହୋଇଥିଲା । ଏମାନଙ୍କ ମଧ୍ୟରେ କେରଳରେ ସର୍ବାଧିକ ୧୧. ୨୦ ପ୍ରତିଶତ ସଂକ୍ରମଣ ହାର ରହିଥିବାବେଳେ ଛତିଶଗଡ଼ରେ ୬.୨, ମହାରାଷ୍ଟ୍ରରେ ୪. ୭୦, ଗୋଆରେ ୪. ୪, ନାଗାଲାଣ୍ଡରେ ୩.୬ , ଲଦାଖରରେ ୨. ୯୦ ଏବଂ ପୁଡୁଚେରିରେ ୨.୬ ପ୍ରତିଶତ ରହିଥିଲା ସ୍ଥିତି ନିୟନ୍ତ୍ରଣ ଲାଗି କିଛି ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଯାଇଛି। 

ICMRର ସୂଚନା ଅନୁସାରେ ଗତ ୩ ଫେବ୍ରୁଆରୀ ସୁଦ୍ଧା ଦେଶରେ ୧୯ କୋଟି ୯୨ ଲକ୍ଷରୁ ଅଧିକ ନମୁନା ଯାଞ୍ଚ କରାଯାଇଛି। ବୁଧବାର ଦିନ ୭ ଲକ୍ଷରୁ ଅଧିକ ନମୂନା ଯାଞ୍ଚ କରାଯାଇଛି। ଦେଶରେ ପ୍ରତି ୧୦ ଲକ୍ଷରେ ୧ ଲକ୍ଷ ୪୪ ହଜାର ୩୫୯ ନମୂନା ଯାଞ୍ଚ କରାଯାଇଛି ।

ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ୭୦ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରରୁ ରହିଛନ୍ତି। କେରଳରେ ୬୯ ହଜାରରୁ ଅଧିକ ଏବଂ ମହାରାଷ୍ଟ୍ରରେ ୩୮ ହଜାରରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଦେଶରେ ୪୭ ଜିଲ୍ଲାରେ ଗତ ୩ ସପ୍ତାହ ମଧ୍ୟରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ୨୫୧ ଜିଲ୍ଲାରେ ଏହି ସମୟ ମଧ୍ୟରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିିଁ ।

ଅନ୍ୟପକ୍ଷେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ତାଜା ରାଷ୍ଟ୍ରୀୟ ସେରୋ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ୨୧ ପ୍ରତିଶତ ଲୋକ କରୋନା ସଂକ୍ରମଣ ଆକ୍ରାନ୍ତ ହୋଇଛନ୍ତି। ସରକାର ଶୁକ୍ର‍‍ବାର ଏହି ସୂଚନା ଦେଇଛନ୍ତି। ଆଇସିଏମଆରର ତୃତୀୟ ରାଷ୍ଟ୍ରୀୟ ସେରୋ ସର୍ବେକ୍ଷଣ ଗତ ୭ ଡିସେମ୍ବରରୁ ୮ ଜାନୁଆରୀ ମଧ୍ୟରେ କରାଯାଇଥିଲା।

You might also like