ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ଆଖି ବୁଜିଲେ ୯୪୧ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢି ବଢି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର୍ କରିଛି।   ୨୪ ଘଣ୍ଟାରେ ୯୪୧ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି।

ସେହିଭଳି ୫୭ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪କୁ ବୃଦ୍ଧି ପାଇଛି। ଏବେ ୬ ଲକ୍ଷ ୭୬ ହଜାର ୯ ଶହ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୧୯ ଲକ୍ଷ ୧୯ ହଜାର ୮୪୩ ଜଣ ସୁସ୍ଥ ହୋଇଛନ୍ତି।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩, ୦୦, ୪୧, ୪୦୦ ନମୂନା ପରୀକ୍ଷା ହୋଇଥିବାବେଳେ ଅଗଷ୍ଟ ୧୬ ତାରିଖ ୭, ୩୧, ୬୯୭ ନମୂନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ପକ୍ଷରୁ କୁହାଯାଇଛି। 

କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ହୋଇଛି ମହାରାଷ୍ଟ୍ର। କେବଳ ମହାରାଷ୍ଟ୍ରରେ ୨୦ ହଜାର ୩୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୫ ହଜାର ୭୬୬, ଦିଲ୍ଲୀରେ ୪ ହଜାର ୧୯୬, କର୍ଣ୍ଣାଟକରେ ୩ ହଜାର ୯୪୭ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

You might also like