ଦେଶରେ କରୋନା ସ୍ଥିତି: ଦିନକରେ ୭୫ ହଜାରରୁ ଅଧିକ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ବଢିବାରେ ଲାଗିଛି କରୋନା ପ୍ରକୋପ। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେଶରେ ଗୋଟିଏ ଦିନରେ ୧୦୨୩ ଜଣଙ୍କର ମୃତ୍ୟୁ ଘଟିଛି।

ଆଜିର ସଂଖ୍ୟାକୁ ମିଶାଇ ଦେଶରେ  କରୋନା ଜନିତ ମୃତ୍ୟୁସଂଖ୍ୟା ୬୦,୪୭୨ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୫କୁ ବୃଦ୍ଧି ପାଇଛି।  ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ଟିଭ୍ କେସ୍ ୭,୨୫,୯୯୧ ଥିବାବେଳେ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୫,୨୩,୭୭୧। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ମହାରାଷ୍ଟ୍ରରେ ସର୍ବାଧିକ ୨୩, ୦୮୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ ୬୮୩୯ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ସେହିପରି କର୍ଣ୍ଣାଟକରେ ୫୦୯୧, ଦିଲ୍ଲୀରେ ୪୩୪୭, ଆନ୍ଧ୍ରରେ ୩୫୪୧ ଉତ୍ତରପ୍ରଦେଶରେ ୩୧୪୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

You might also like