ରାଜ୍ୟରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୧୯୮ ଚିହ୍ନଟ, ୨ ମୃତ

ଭୁବନେଶ୍ୱର:ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ଅର୍ଥାତ୍‌ ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୩ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡର ଏବଂ ଅନ୍ୟ ଜଣେ ସମ୍ବଲପୁରର। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮୮୭ ରେ ପହଞ୍ଚିଛି।

ଆଜି ସର୍ବାଧିକ ଆକ୍ରାନ୍ତ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି। ଏଠାରେ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୪, ବରଗଡରୁ ୧୦, ଭଦ୍ରକରୁ ୩ ଏବଂ ବଲାଙ୍ଗୀରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କଟକରୁ ୯, ଗଞ୍ଜାମରୁ ୩, ବୌଦ୍ଧରୁ୧, କଟକରୁ ୯, ଗଞ୍ଜାମରୁ ୩, ଜଗତ୍‌ସିହପୁରରୁ ୪, କଳାହାଣ୍ଡିରୁ ୨, ଝାରସୁଗୁଡାରୁ ୫, ମୟୂରଭଞ୍ଜରୁ ୧୧, କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୧୭, ନବରଙ୍ଗପୁରରୁ ୧, ପୁରୀରୁ ୯ ଜଣ ସମ୍ବଲପୁରରୁ ୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ଏହାକୁ ମିଶାଇ ରାଜ୍ୟରେ ୩,୩୦,୬୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୩,୨୬,୫୦୭। ଏବେ ଆକ୍ଟିଭ କେସ୍‌ ୨୨୪୩ ଥିବା ଜଣାଯାଇଛି।

ସୂଚନାଥାଉ କି, ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି।   ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫୭, ୫୬୯ରେ ପହଞ୍ଚିଥିବାବେଳେ ୧୪୯,୮୮୬ ଜଣ ରୋଗୀ ଆଖି ବୁଜିଛନ୍ତି। ବର୍ତ୍ତମାନସୁଦ୍ଧା ୯୯,୭୫,୯୫୮ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ରହିଛି ୨,୩୧,୭୨୫।

ଅନ୍ୟପକ୍ଷେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ଚିନ୍ତା ବଢିଛି। ସାର୍ସ COV-2 ଦେଶରେ ଚିନ୍ତା ବଢାଇଛି। ମଙ୍ଗଳବାର ଆଉ ୨୦ ଜଣ ସାର୍ସ COV-2 ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହି ସଂକ୍ରମିତଙ୍କ ନମୂନା ପୁଣେର ଏକ ଲାବ୍‌ରୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୮ ଜଣ ନୂଆ ସଂକ୍ରମିତଙ୍କୁ ଠାବ କରାଗଲାଣି।

 

You might also like