ଦିନକରେ କରୋନାରେ ଚାଲିଗଲା ୨୮୧୨ ଜୀବନ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡୁଛି କରୋନା । ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨୮୧୨ ଜୀବନ ନେଇଛି ଏହି ମହାମାରୀ

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୨୮ ଲକ୍ଷ ୧୩ ହଜାର ୬୫୮ । ଏହା ସହିତ ସୁସ୍ଥ ହୋଇଛନ୍ତି ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨। ବର୍ତ୍ତମାନ ସୁଦ୍ଧା ୧୪ କୋଟି ୧୯ ଲକ୍ଷ ୧୧ ହଜାରରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଗଲାଣି।

ଦିଲ୍ଲୀରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସ୍ଥିତି ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।  ଗତ ୨୪ ଘଣ୍ଟାରେ ୩୫୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିଭଳି ୨୧ ହଜାର ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏମାନଙ୍କ ଶବ ସତ୍କାରକୁ ନେଇ ଦେଖାଦେଇଛି ଅଡ଼ୁଆ ପରିସ୍ଥିତି।

କାରଣ ପୂର୍ବରୁ ଦିଲ୍ଲୀରେ ଥିବା ଶ୍ମଶାନ ଗୁଡ଼ିକରେ ଏବେ ଜାଗାର ଅଭାବ ଦେଖାଦେଇଛି। ତେଣୁ କିଛି ନୂଆ ପଡ଼ିଆରେ ଅନ୍ତିମ ସତ୍କାର କରିବାକୁ ବ୍ୟବସ୍ଥା ହେଉଥିବା ବେଳେ କିଛି ଶ୍ମଶାନ ଗୁଡ଼ିକରେ ନୂଆ ପିଣ୍ଡି ନିର୍ମାଣ କରାଯାଇଛି।

ସୂଚନାଥାଉ କି, ଦିଲ୍ଲୀରା ରବିବାର ୨୨, ୯୩୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୩୫୦ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ହାର ୩୦.୨୧ରେ ପହଞ୍ଚିଲାଣି। ଆଜିର ସଂଖ୍ୟାକୁ ମିଶାଇ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା୧୪, ୨୪୮ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦, ୨୭, ୭୧୫ରେ ପହଞ୍ଚିଛି।

ସେହିପରି ମହାରାଷ୍ଟ୍ରର ସ୍ଥିତି ମଧ୍ୟ ସଙ୍ଗୀନ ଅଛି । ରବିବାର ଏଠାରେ ୬୬, ୧୯୧ ମାମଲା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୮୩୨ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୧, ୪୫୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ୬, ୯୮, ୩୫୪ ରହିଛି। ବର୍ତ୍ତମାନ ସୁଦ୍ଧା ୩୫, ୩୦, ୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୬୪, ୭୬୦ ରହିଛି।

 

You might also like