ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ ୪୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୮୩ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ୧ ହଜାର ୫୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଛି। ଦେଶରେ ୮୦ ହଜାର ୭୭୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୯ ଲକ୍ଷ ୯୦ ହଜାର ୬୧ ଆକ୍ଟିଭ କେସ୍ ଥିବା ବେଳେ କରୋନାରୁ ଏଯାଏ ସୁସ୍ଥ ହେଲେଣି ୩୮ ଲକ୍ଷ ୫୯ ହଜାର ୪ ଶହ ଜଣ।

ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୨୯, ୮୯୪ ଥିବାବେଳେ ତାମିଲନାଡ଼ୁରେ ୮, ୪୩୪ ରହିଛି। କର୍ଣ୍ଣାଟକରେ ୭,୩୮୪ ଜଣଙ୍କର ମୃତ୍ୟୁ ଘଟିଲାଣି।

You might also like