ଦେଶରେ ଦିନକରେ ୯୨ ହଜାର ୭୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୯୨ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଚିନ୍ତାର ବିଷୟ ସୋଇଛି। ଦିନକରେ ୯୨ ହଜାର ୭୧ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟାରେ ୧ ହଜାର ୧୩୬ ଜଣଙ୍କର ମୃତ୍ଯୁ ଘଟିଛି। ଏଥିସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯,୭୨୨କୁ ବୃଦ୍ଧି ପାଇଛିି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୮ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୯ ଲକ୍ଷ ୮୬ ହଜାର ୫୯୮।

କରୋନାରୁ ଏଯାଏ ସୁସ୍ଥ ହୋଇଛନ୍ତି ୩୭ ଲକ୍ଷ ୮୦ ହଜାର ୧୦୭ ଜଣ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୨୯,୫୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାମିଲନାଡ଼ୁରେ ୮, ୩୮୧, କର୍ଣ୍ଣାଟକରେ ୭, ୨୬୫ ଜଣଙ୍କର ମୃତ୍ୟୁ ଘଟିଲାଣି।

 

You might also like