ଦେଶରେ ଦିନକରେ ସର୍ବାଧିକ ୯୫,୭୩୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ସର୍ବାଧିକ ୯୫,୭୩୫ ଆକ୍ରାନ୍ତଙ୍କ ସହ ୧,୧୭୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ମିଶାଇ ଏବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫,୦୬୨ରେ ପହଞ୍ଚିଛି । ଦିନକରେ ୭୨, ୯୩୯ ଜଣ କରୋନାକୁ ମାତ୍ ଦେଇଛନ୍ତି।

ଏହାକୁ ମିଶାଇ ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ୯ ଲକ୍ଷ ୧୯ ହଜାର ୦୧୮ ଆକ୍ଟିଭ କେସ୍ ଥିବା ବେଳେ ୩୪ଲକ୍ଷ ୭୧ହଜାର ୭୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଅଟେ। ଏଠାରେ ୨୪ ଘଣ୍ଟାରେ ୨୩, ୫୭୭ ନୂଆ ମାମଲା ସାମ୍ନାକୁ ଆସିଛି।

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

You might also like