ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଲା

ନୂଆଦିଲ୍ଲ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୩୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩କୁ ବୃଦ୍ଧି ପାଇଛି।

ସେହିପରି  ୨୪ ଘଣ୍ଟାରେ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି । ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ମହାରାଷ୍ଟ୍ରରେ ଏକ ଲକ୍ଷ ୮୬ ହଜାର ୬୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୭୮ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ଗୁଜରାଟରେ ୧୮୮୬ ଓ ତାମିଲନାଡୁରେ ୧୩୨୧ କରୋନାରେ ପ୍ରାଣ ହରାଇଛନ୍ତି।

ଦେଶରେ ମୋଟ ଆକ୍ଟିଭ କେସ୍ ୨,୨୭,୪୩୯ ଥିବାବେଳେ ୩,୭୯,୮୯୨ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା।

ଆହୁରି ପଢ଼ନ୍ତୁ

You might also like