୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨ କରୋନା ରୋଗୀ
ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀ ସଂଖ୍ୟା ଅପେକ୍ଷାକୃତ କମ୍ ରହିଥିଲେ ହଁ ୫୦ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରୁ ୭୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୪୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୮। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ବି ସର୍ବାଧିକ କରୋନା ରୋଗୀ ସୁନ୍ଦରଗଡ ସହରରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୧୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ସୋନପୁର, ଢେଙ୍କାନାଳ,ଜଗତସିଂହପୁର, ଭଦ୍ରକରୁ ଜଣେ ଲେଖାଏ, ଅନୁଗୁଳ, ନୂଆପଡ଼ା, ଦେବଗଡ, ରାୟଗଡ଼ାରୁ, ସମ୍ବଲପୁର, ବଲାଙ୍ଗୀର ୨ ଜଣ ଲେଖାଏ, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼ରୁ ୬ ଜଣ ଲେଖାଏ, କଟକ, ଖୋର୍ଦ୍ଧାରୁ ୪ ଜଣ ଲେଖାଏ, ଜାଜପୁରରୁ ୩ଜଣ, ମୟୂରଭଞ୍ଜରୁ ୭ ଜଣ, ପୁରୀରୁ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ୍ ସୁଦ୍ଧା ୩,୩୫,୬୯୨ ଜଣ ଚିହ୍ନଟ ହୋଇଥିବାବାଳେ ୩,୩୨,୯୪୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆକ୍ଟିଭ କେସ ରହଛି ୭୮୧।
ଅନ୍ୟପକ୍ଷେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୋମବାର ଅପଡେଟ ସୂଚନା ଅନୁସାରେ, ଭାରତରେ ଗୋଟିଏ ଦିନରେ ୧୧, ୮୩୧ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧, ୦୮,୩୮,୧୯୪ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧, ୫୫, ୦୮୦ରେ ପହଞ୍ଚିଛି।
ସେହିପରି ଦେଶରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୦୫,୩୪,୫୦୫ ଛୁଇଁଛି। ଏହା ସହିତ ଦେଶରେ ସୁସ୍ଥ ହାର ୯୭.୨୦ରେ ପହଞ୍ଚିଛି। ସେହିପରି ଦେଶରେ କୋଭିଡ ମୃତ୍ୟୁ ହାର ୧.୪୩ ରହିଛି। ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ରହିଛି।
ତେବେ ଦେଶରେ କରୋନା ପ୍ରଭାବ ସମ୍ପୂର୍ଣ୍ଣ କମି ନ ଥିବାବେଳେ ଟିକାକରଣ କାମ ଆରମ୍ଭ ହୋଇଛି, ଯାହା ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ବିଭିନ୍ନ ରାଜ୍ୟରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇଥିବାବେଳେ ଓଡ଼ିଶାରେ ଆଜି ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ବିଦ୍ୟାଳୟ ଖୋଲିଛି।
6. Cuttack: 4
7. Deogarh: 2
8. Dhenkanal: 1
9. Jagatsinghpur: 1
10. Jajpur: 3
11. Jharsuguda: 6
12. Khurda: 4
13. Mayurbhanj: 7
14. Nuapada: 2
15. Puri: 8
16. Rayagada: 2
17. Sambalpur: 2— I & PR Department, Odisha (@IPR_Odisha) February 8, 2021