ଦିନକରେ ସର୍ବାଧିକ ୯୦୪ କରୋନା ରୋଗୀ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ନିଦ ହଜାଇ ଦେଇଛି। ଗତ ୨୪ ଘଣ୍ଟା ସର୍ବାଧିକ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ  ସଂଖ୍ୟା ୪୦ ହଜାର ପାର୍ କରିଛି ।

ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ରୋଗୀ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି  ୫୬ ହଜାର ୨୮୨ ଆକ୍ରାନ୍ତ। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାର ୫୩୭ ଛୁଇଁଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୬,୪୭୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁ ୪୪୬୧, ଦିଲ୍ଲୀରେ ୪୦୪୪, କର୍ଣ୍ଣାଟକରେ ୨୮୦୪ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

ଦେଶରେ  ଟ୍ ଆକ୍ଟିଭ୍ କେସ୍ ୫,୯୫,୫୦୧ ଥିବାବେଳେ ୧୩,୨୮,୩୩୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like