ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୧,୪୫୮ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ସଂଘାତିକ ରୂପ ନେଉଛି କରୋନା ସଂକ୍ରମଣ।  ଗୋଟିଏ ଦିନରେ ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ  ସଂକ୍ରମିତ ସଂଖ୍ୟା ୩ ଲକ୍ଷ ଟପିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୮୮୪ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ୧ ଲକ୍ଷ ୪୫ ହଜାର ୭୭୯  ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଲକ୍ଷ ୫୪ ହଜାର ୩୩୦ ଆକ୍ରାନ୍ତ ।

ତେବେ କରୋନା ହଟସ୍ପଟ୍ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ମହାରାଷ୍ଟ୍ରରେ ୧ ଲକ୍ଷ ୧ ହଜାର ୧୪୧ ଆକ୍ରାନ୍ତ ହେବା ସହ ୩ ହଜାର ୭୧୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁଜରାଟରେ ୧୪୧୫, ଦିଲ୍ଲୀରେ ୧୨୧୪, ପଶ୍ଚିମବଙ୍ଗରେ ୪୫୧ ଏବଂ ତାମିଲନାଡୁରେ ୩୬୭ ଜଣଙ୍କ ମୃତ୍ୟୁ ଘଟିଛି।.

You might also like