ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ଟପିଲା, ସୁସ୍ଥ ହେ୍ଲେଣି ୩୩ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩,୮୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧,୧୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  

ସେପଟେ ଦିନକରେ ୮୯,୭୦୬ ଜଣ ଆକ୍ରାନ୍ତ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯କୁ ବୃଦ୍ଧି ପାଇଛି।  ତେବେ ୩୩ ଲକ୍ଷ ୯୮ ହଜାର ୮୪୫ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ବି ୮ ଲକ୍ଷ ୯୭ ହଜାର ୩୯୪ ଜଣ ଚିକିତ୍ସାଧିନ ଅଛନ୍ତି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ ୧୦ ଲକ୍ଷ ଲୋକରେ ୩,୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଏହା ଅନ୍ୟ ଦେଶ ତୁଳନାରେ କମ୍ ।

ଆହୁରି ପଢ଼ନ୍ତୁ

You might also like