ଡରାଉଛି କରୋନାର ନୂଆ ରୂପ : ଏମିତି ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାନ୍ତୁ

ନୂଆଦିଲ୍ଲୀ:ଦିନକୁ ଦିନ କରୋନା ଜନିତି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସାରା ବିଶ୍ୱ ଚିନ୍ତିତ। କରୋନାକୁ ପ୍ରତିହତ କରିବା ପରି କୌଣସି ରାମବାଣ ଔଷଧ ଏଯାଏ ବାହାରି ପାରିନାହିଁ। ଦିନକୁ ଦିନ କରୋନା ତା’ର ରୂପ ବଦଳାଇ ଚାଲିଥିବାରୁ ଚିନ୍ତାରେ ପଡିଛନ୍ତି ଗବେଷକମାନେ। ନିକଟରେ ପୁଣି କରୋନର ଆଉ କେତେକ ନୂଆ ଲକ୍ଷଣ ସାମ୍ନାକୁ ଆସିଛି।  ଯାହାଫଳରେ କରୋନାକୁ ବୁଝିବାକୁ ଅଧିକ ସମୟ ଲାଗିବା ସହିତ ଅଧିକ କଷ୍ଟସାଧ୍ୟ ହୋଇପଡୁଛି ।

ଅଦ୍ୟାବଧି, ଶୁଖିଲା କାଶ, ଉଚ୍ଚ ଜ୍ୱର ଇତ୍ୟାଦି କରୋନାର ଲକ୍ଷଣ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ତୁମେ ଏପରି ୧୧ ଟି ଜିନିଷ ଦେଖିବାକୁ ମିଳୁଛି, ଯେଉଁଥିରେ ତୁମର କରୋନା ହେବାର ଆଶଙ୍କା ରହିଛି।

ଏପର୍ଯ୍ୟନ୍ତ କରୋନା ଭୂତାଣୁର ମୋଟ ୯ ଟି ଲକ୍ଷଣ ଥିଲା । ଏବେ ଏଥିରେ ଆହୁରି ୩ ଟି ନୂଆ ଲକ୍ଷଣ ଦେଖା ଯାଇଛି।  ନିକଟରେ ଏକ  ଅଧ୍ୟୟନରୁ ଜଣାଯାଇଛି,  ପିଠି ଯନ୍ତ୍ରଣା ମଧ୍ୟ କରୋନା ପାଇଁ ଏକ ବିପଦ ଘଣ୍ଟି ହୋଇପାରେ।

ନାକରୁ ପାଣି ବାହାରିବା , ଜ୍ୱର, କାଶ, ବାନ୍ତି ଏବଂ ଝାଡ଼ା ଆଦି କରୋନା ସଂକ୍ରମଣର ଲକ୍ଷଣ ଥିଲା । ଏବେ ପିଠି ଯନ୍ତ୍ରଣା ମଧ୍ୟ କରୋନା ଲକ୍ଷଣ ବୋଲି କୁହାଯାଉଛି।

ଯଦି ତୁମର ଅଣ୍ଟାରେ ପ୍ରବଳ ଯନ୍ତ୍ରଣା ହେଉଛି କିମ୍ବା ପେଟରେ ଯନ୍ତ୍ରଣା ହେଉଛି ତେବେ ଏହା କରୋନାର ଲକ୍ଷଣ ହୋଇପାରେ। ଏପରିକି  ଗୋଡ ପେଣ୍ଡାରେ ଯଦି ଯନ୍ତ୍ରଣା ହୁଏ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ | ମୁମ୍ବାଇର ବରିଷ୍ଠ ଡାକ୍ତର ନିଜର ଅନୁଭୂତିରୁ ଏହି ତଥ୍ୟର ଖୁଲାସା କରିଛନ୍ତି।

ମୁମ୍ବାଇର ଏହି ବରିଷ୍ଠ ଡାକ୍ତର ଜଲିଲ ପାର୍କର ଅତୀତରେ କରୋନା ସଂକ୍ରମିତ ରୋଗୀଙ୍କୁ ଦେଖୁଥିଲେ। ସେ ପ୍ରାୟ ୨୦୦ ରୋଗୀଙ୍କ ଚିକିତ୍ସା କରିଥିଲେ। ପରେ ସେ ନିଜେ କରୋନା ପଜିଟିଭ୍ ଆସିଥିଲେ। ଜଲିଲ ବ୍ୟାଖ୍ୟା କରିଛନ୍ତି ଯେ ତାଙ୍କର ପ୍ରଥମ ଲକ୍ଷଣ ହେଉଛି ପିଠି ଯନ୍ତ୍ରଣା।
ଏପର୍ଯ୍ୟନ୍ତ କରୋନା ଜୀବାଣୁଙ୍କର ୯ ଟି ଲକ୍ଷଣ ରିପୋର୍ଟ କରାଯାଇଛି। ବର୍ତ୍ତମାନ ଆମେରିକାନ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ (ସିଡିସି) ଏଥିରେ ତିନୋଟି ନୂତନ ବୈଶିଷ୍ଟ୍ୟ ଯୋଡିଛି। ଏଥିରେ ନାକରୁ ପାଣି ବାହାରିବା ସହ ବାନ୍ତି କିମ୍ବା ଡାଇରିଆ ଆଦି ଲକ୍ଷଣ ରହିଛି। ଏସବୁ ସହ ଜ୍ୱର, ଶୁଖିଲା କାଶ, ନିଃଶ୍ୱାସ ନେବାରେ ଅସୁବିଧା, ଥକାପଣ, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା, ସ୍ୱାଦ କିମ୍ବା ଗନ୍ଧ ନଷ୍ଟ ହେବା, ଗଳା ଯନ୍ତ୍ରଣା ମଧ୍ୟ ରହିଛି।


ଡାକ୍ତରମାନେ କହିଛନ୍ତି ଯେ, ଆଜିକାଲି ସେମାନେ ଏପରି ରୋଗୀଙ୍କୁ ଦେଖିଛନ୍ତି, ଯେଉଁମାନେ ପୂର୍ବରୁ ମଧୁମେହ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ  ସେମାନଙ୍କର ସୁଗାର ଲେବ୍‌ଲ ହଠାତ୍‌ ବଢି ଯାଉଛି। ଏପରିକି ୪୦୦ ପାର୍‌ କରିଯାଉଛି। ତେଣୁ ଡାକ୍ତରମାନେ ଏହାକୁ କରୋନାର ଏକ ନୂଆ ଲକ୍ଷଣ ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like