ଚୀନର ଉହାନ ଲାବରୁ ବ୍ୟାପିଥିଲା କରୋନା ! ଗୋଇନ୍ଦା ରିପୋର୍ଟ କଲା ଏମିତି ଖୁଲାସା

ନୂଆଦିଲ୍ଲୀ: କରୋନା ଭାଇରସ ପୃଥିବୀକୁ ଆସି ଏପରି ଆତଙ୍କ ସୃଷ୍ଟି କରିବା ପ୍ରାୟ ଦେଢ ବର୍ଷ ହୋଇଗଲା । ଆଜିଯାଏ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ । ସେତିକି ନୁହେଁ, ଭାଇରସର ଉତ୍ପତି କେଉଁଠୁ ହେଲା ଏବଂ କେମିତି ହେଲା ତାହା ମଧ୍ୟ ଜାଣି ହେଲାନାହିଁ । ଇତିମଧ୍ୟରେ ଆମେରିକା ଗୋଇନ୍ଦା ରିପୋର୍ଟ କରୋନା ଭାଇରସର ଉତ୍ପତ୍ତିକୁ ନେଇ ଗୁରୁତ୍ବପୁର୍ଣ ତଥ୍ୟ ପ୍ରକାଶ କରିଛି । ଗୋଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି, ପୃଥିବୀକୁ କରୋନା ଭାଇରସ ଆସିବାର ପ୍ରାୟ ଏକମାସ ପୂର୍ବରୁ ଚୀନର ଇନ୍‌ଷ୍ଟିଚ୍ୟୁଟ ଅଫ ବାୟରୋଲଜିରେ ତିନି ଜଣ ସଦସ୍ୟ ରୋଗରେ ପଡ଼ିଥିଲେ ।

ଆମେରିକାର ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଖବର ଅନୁସାରେ, ଚୀନର ଉହାନ ଲାବରୁ ବ୍ୟାପିଥିଲା କରୋନା । ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲଜି ୩ ଜଣ ଗବେଷକ ୨୦୧୯ ନଭେମ୍ବରରେ ଅସୁସ୍ଥ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆମେରିକାର ଏହି ଗୋଇନ୍ଦା ରିପୋର୍ଟରେ ଉହାନ ଲାବର କେତେଜଣ ସଦସ୍ୟ ଅସୁସ୍ଥ ହୋଇଥିଲେ, କେଉଁ ସମୟରେ ହୋଇଥିଲେ ଏବଂ ଡାକ୍ତରଖାନା ଯିବା ସମ୍ପର୍କିତ ସବୁ ପ୍ରକାର ତଥ୍ୟ ପ୍ରକାଶ କରିଛି ।

ସୂଚନାଥାଉ କି,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବୈଠକ କରିବାକୁ ଯେଉଁ ବୈଠକରେ କରୋନା ଭାଇରସର ଉତ୍ପତି ବିଷୟରେ ଦ୍ଵିତୀୟ ପର୍ଯ୍ୟାୟ ଯାଞ୍ଚ ଉପରେ ଆଲୋଚନା ହେବ । ଠିକ୍‌ ଏହି ସମୟରେ ହିଁ ଆମେରିକାର ଏହି ଗୋଇନ୍ଦା ରିପୋର୍ଟ ସାମ୍ନାକୁ ଆସିଛି । ଏହା ପୂର୍ବରୁ ବି ହୁ ଏହି ଭାଇରସ୍‌ ଉତ୍ପତି ସମ୍ପର୍କରେ ଜାଣିବା ପାଇଁ ଏକ ଟିମ ଉହାନ ପଠାଇଥିଲା । ହେଲେ କରୋନା ଭାଇରସ ଉହାନ ଲାବ୍‌ରୁ ଉତ୍ପତି ହୋଇଥିବା ନେଇ କୌଣସି ତଥ୍ୟ ନ ଥିବା ହୁ କହିଥିଲା

ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ଚୀନ ୨୦୧୯ ଡିସେମ୍ବର ୮ ତାରିଖରେ କୋଭିଡି ପରି ଲକ୍ଷଣ ଥିବା ପ୍ରଥମ ରୋଗୀ ଉହାନରୁ ବାହାରିଥିବା WHOକୁ କହିଥିଲା । ଯାହା ବି ହେଉ, ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରୁ ଜଣାଯାଇଛି, କରୋନା ଭାଇରସର ଉତ୍ପତି ଉହାନ ଲାବରୁ ହୋଇଥିଲା । ତେବେ ଏ ନେଇ ଅଧିକ ଯାଞ୍ଚର ଆବଶ୍ୟକତା ରହିଛି ।

ସୂଚନାଥାଉ କି, ଗତବର୍ଷ ଆମେରିକା, ନରେ:, କାନାଡା, ବ୍ରିଟେନ ଏବଂ ଅନ୍ୟ ଦେଶ ହୁ ନେତୃତ୍ୱରେ ହୋଇଥିବା ଷ୍ଟଡିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଆମେରିକା ଆରମ୍ଭରୁ ସନ୍ଦେହ କରୁଥିଲା, ଏହି ଭାଇରସର ଉତ୍ପତି ଚୀନରୁ ହିଁ ହୋଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହାକୁ ଉହାନ ଭାଇରସ, ଚୀନ ଭାଇରସ ବୋଲି ମଧ୍ୟ କହୁଥିଲେ । ଏପରିକି ଚୀନ WHOର ଟିମକୁ ସହଯୋଗ କରୁ ନ ଥିବା ନେଇ ମଧ୍ୟ ଅଭିଯୋଗ ଆଣିଥିଲେ ଏବଂ ଉହାନ ଲାବରେ ଥିବା ତଥ୍ୟ ଲୁଚାଉଥିବା ସେ ଅଭିଯୋଗ ଆଣିଥିଲେ । ଅନ୍ୟପକ୍ଷେ ଚୀନ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲା ।

ତେବେ ବର୍ତ୍ତମାନର ରିପୋର୍ଟ ଅନୁସାରେ ହୁଏତ ଏହି ଭାଇରସ ପ୍ରାକୃତିକ ଭାବେ ସାମ୍ନାକୁ ଆସିଥାଇ ପାରେ । କୌଣସି ପଶୁଠାରୁ ଏହା ମଣିଷ ଦେହକୁ ସଂକ୍ରମିତ ହୋଇଥାଇ ପାରେ । କିନ୍ତୁ ଉହାନ ଲାବରୁ ଯେ ଏହି ଭାଇରସର ଉତ୍ପତି ଏପରି ସନ୍ଦେହ ଅମୂଳକ ହୋଇ ନ ପାରେ । ଏହି ଲାବରେ ବାଦୁଡି ଶରୀରରେ କରୋନା ଭାଇରସ ରିସର୍ଚ୍ଚ କରାଯାଉଥିଲା ।

You might also like