ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ନୂଆଦିଲ୍ଲୀ: ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୭ ବିଲିଅନ ଡଲାରର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଜଣ ପିଛା ୬ରୁ ୭ ଡଲାର ବା ୪୫୦ରୁ ୫୫୦ ଟଙ୍କା ହିସାବରେ ୧୩୦ କୋଟି ଲୋକଙ୍କ ପାଇଁ ଏହି ବ୍ୟୟ ବରାଦ କରାଯାଇଛି।

covaxinଚଳିତ ଆର୍ଥିକ ବର୍ଷ ଭିତରେ ଏହି ଟଙ୍କାର ବ୍ୟବସ୍ଥା ହେବ ଓ ଏଥିରେ କୌଣସି ପ୍ରକାର ଅଭାବ ପରିଲକ୍ଷିତ ହେବ ନାହିଁ ବୋଲି ମୋଦି ସରକାର କହିଛନ୍ତି। ଜଣ ପିଛା ୨ଟି ଡୋଜ୍ ଦିଆଯିବ ଓ ପ୍ରତ୍ୟେକ ଡୋଜ୍ ପାଇଁ ୨ ଡଲାର ବା ୧୫୦ ଟଙ୍କା ଆକଳନ କରାଯାଇଛି ଅର୍ଥାତ ଜଣ ପିଛା ଇଂଜେକସନ ବାବଦରେ ୪ ଡଲାର ଖର୍ଚ୍ଚ ହେବ।

ଏହାସହ ଭିତ୍ତିଭୂମି, ପରିବହନ ଓ ଷ୍ଟୋରେଜ ବାବଦରେ ଜଣ ପିଛା ୨ରୁ ୩ ଡଲାର ଖର୍ଚ୍ଚ ଆକଳନ କରାଯାଇଛି। ଓ୍ୱାର୍କିଂ ଗ୍ରୁପର ସୁପାରିଶ ଆଧାରରେ ଏହି ଖର୍ଚ୍ଚ ଆକଳନ କରାଯାଇଥିବା କୁହାଯାଇଛି।

ତେବେ ଏନେଇ ଅର୍ଥ ମନ୍ତ୍ରାଳୟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇନଥିଲା। ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ପ୍ୟାନେଲର ସୂଚନା ଅନୁସାରେ ଫେବ୍ରୁଆରିି ସୁଦ୍ଧା ଦେଶରେ କରୋନା ନିୟନ୍ତ୍ରଣକୁ ଆସିଯିବ।

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୧୭

ରାଜ୍ୟରେ କରୋନା ସ୍ଥିତି; କଟକରୁ ଚିହ୍ନଟ ହେଲେ ସର୍ବାଧିକ ରୋଗୀ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୨୮ ଆକ୍ରାନ୍ତ

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ଆଖି ବୁଜିଲେ ୧୪

ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ

You might also like