କମ୍ ସିଲାବସ୍‌ରେ ପାଠ ପଢିବେ CBSE ଛାତ୍ରଛାତ୍ରୀ

ଭୁବନେଶ୍ୱର: କମିଲା ସିବିଏସ୍ଇ ସିଲାବସ୍। ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇକୁ ୩୦ ପ୍ରତିଶତ ସିଲାବସ୍ ଚଳିତ ବର୍ଷ ହ୍ରାସ କରିବାକୁ କୁହାଯାଇଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ପୂର୍ବରୁ ସିବିଏସ୍ଇ ଏନେଇ ପ୍ରସ୍ତାବ ଦେଇଥିଲା। ତେବେ ସିଲାବସ୍‌ରୁ ଅନ୍ୟ ପାଠ ସହ ସଂପର୍କ ଥିବା ବିଷୟ ବାଦ୍ ପଡ଼ିଥିଲେ ତାକୁ ବି ଶିକ୍ଷକମାନେ ପିଲାଙ୍କୁ ପଢାଇବେ କିନ୍ତୁ ବାଦ୍ ପଡିଥିବା ପାଠ୍ୟକ୍ରମରୁ ଇଣ୍ଟରନାଲ୍ କିମ୍ବା ବାର୍ଷିକ ବୋର୍ଡ ପରୀକ୍ଷାରେ ପ୍ରଶ୍ନ ଆସିବ ନାହିଁ।

ଅନ୍ୟପକ୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲଗୁଡିକ NCERT ଦ୍ୱାରା ପ୍ରସ୍ତୁତ ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର ଅନୁଶୀଳନ କରିବା ଲାଗି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ସେପଟେ ବିଶ୍ୱବିଦ୍ୟାଳୟଗୁଡିକ ଚଳିତ ବର୍ଷ ଶେଷ ସେମିଷ୍ଟର ପରୀକ୍ଷା କରିବେ। ଏନେଇ ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ୟୁଜିସି ପରିବର୍ତ୍ତିତ ଗାଇଡଲାଇନସ୍ ଜାରି କରିଛି।

ଆହୁରି ପଢ଼ନ୍ତୁ

You might also like