• translate
Minati Mishra

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ଆଉ ପାଦେ ଆଗକୁ ବଢ଼ିଲା ଭାରତ। କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟ ହୋଇପାରେ ବିସିଜି ଭ୍ୟାକସିନ୍। ବୟସ୍କଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଫଳପ୍ରଦ ହୋଇପାରେ ବୋଲି ICMR ଗବେଷଣାରୁ ଜଣାପଡ଼ିଛି। ବୟସ୍କଙ୍କ ମେମୋରି ସେଲ୍‌କୁ କାର୍ଯ୍ୟକ୍ଷମ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ।

୮୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ICMR ଗବେଷଣା କରିିଥିଲା। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା।   ବିସିଜି ଦ୍ୱାରା ପ୍ରୟୋଗ ହୋଇଥିବା ଭ୍ୟାକସିନ୍ ପରେ ଲୋକଙ୍କ କ୍ଷେତ୍ରରେ ଏହା ଆଣ୍ଟିବଡି ବୃଦ୍ଧି କରିବା ସହ ମେମୋରି ସେଲ୍‌କୁ ବି ବଢ଼ାଉଥିବା ଲକ୍ଷ୍ୟ କରାଯାଇଛି।

କରୋନା ମହାମାରୀ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ଦ୍ୱାରା ଏହାକୁ ମାତ୍ ଦେବା ସହଜ ହୋଇଥାଏ। ତେଣୁ ବିସିଜି ଭ୍ୟାକସିନକୁ ବିଧିବଦ୍ଧ ଭାବେ ବ୍ୟବହାର କରିବା ନେଇ ଚିନ୍ତା କରାଯାଉଛି । ବିସିଜି ଭ୍ୟାକସିନ୍ ବହୁ ବର୍ଷ ଧରି ଭାରତରେ ଯକ୍ଷ୍ମା ଓ କୁଷ୍ଠ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇଛି।

 

ଆହୁରି ପଢନ୍ତୁ-କରୋନା କବଳରୁ ଭାରତକୁ ସୁରକ୍ଷା ଦେବ ଏହି ଟିକା !

Other Stories