ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା
ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍(CAB)ର ଜଏଣ୍ଟ୍ ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲିଙ୍କୁ କରୋନା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ବୁଧବାର ଜଣାପଡ଼ିଥିଲା।
ରିପୋର୍ଟ ପଜିଟିଭ୍ ଆସିବା ପରେ ପୂର୍ବତନ ବେଙ୍ଗଲ୍ first-class କ୍ରିକେଟର ସ୍ନେହାଶିଷଙ୍କୁ କୋଲକାତା ସ୍ଥିତ Belle Vue ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସ୍ନେହାଶିଷ, କରୋନା ପଜିଟିଭ୍ ଚିହ୍ନଟ ପରେ ସୌରଭ ଗାଙ୍ଗୁଲି ହୋମ୍ କ୍ୱାରେଣ୍ଟିନ୍ରେ ରହିଛନ୍ତି।
ସୂଚନାଥାଉ କି, ‘ଜୁନ୍ରେ ଗୁଜବ ଖବର ପ୍ରଚାର ହୋଇଥିଲା ଯେ ସ୍ନେହାଶିଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ସେହି ସମୟରେ ସେ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।’
ମିଳିଥିବା ସୂଚନା ଅନୁସାରେ ସ୍ନେହାଶିଷଙ୍କ ଶାଶୂ ଏବଂ ଶ୍ୱଶୁର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।