‘ବାହୁବଳି’ ନିର୍ଦ୍ଦେଶକ ରାଜମୌଲି ଓ ପରିବାରକୁ କରୋନା

ଚେନ୍ନାଇ: ବହୁ ଲୋକପ୍ରିୟ ଫିଲ୍ମ ‘ବାହୁବଳି’ର ନିର୍ଦ୍ଦେଶକ  ଏସ୍‌ଏସ୍ ରାଜମୌଲି ଓ ତାଙ୍କ ପରିବାର କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ରାଜମୌଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ କିଛିଦିନ ହେଲା ତାଙ୍କୁ ଜ୍ୱର ଲାଗି ରହିଥିବା ମଧ୍ୟ ଟ୍ୱିଟ୍‌ରେ ଜଣାଇଛନ୍ତି ବାହୁବଳି ନିର୍ଦ୍ଦେଶକ।

କିଛିଦିନ ଜ୍ୱର ହେବା ପରେ ଔଷଧ ଖାଇବା ଦ୍ୱାରା ଜ୍ୱର ଟିକେ କମିଥିଲା। ଜ୍ୱର କମିବା ପରେ ରାଜମୌଲି କୋଭିଡ୍‌ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଟେଷ୍ଟ ପରେ ତାଙ୍କର ପୂରା ପରିବାର କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରାଜମୌଲିଙ୍କ ପୂରା ପରିବାର ନିଜ ଘରେ ହୋମ୍‌କ୍ୱାରେଣ୍ଟିନ୍‌ରେ ରହିଛନ୍ତି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର କୌଣସି ସଦସ୍ୟଠାରେ କରୋନା ଲକ୍ଷଣ ଦେଖାଯାଇନଥିବା ରାଜମୌଲି କହିଛନ୍ତି। ଏଥିସହିତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମ କାନୁନ ମାନି ଚଳୁଥିବା ସେ କହିଛନ୍ତି। ସେ ଓ ତାଙ୍କ ପରିବାର ସୁସ୍ଥ ହେଲେ ଅନ୍ୟମାନଙ୍କ ଆରୋଗ୍ୟ ପାଇଁ ପ୍ଲାଜମା ଦାନ କରିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

You might also like