ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଅଟକ

ବଲାଙ୍ଗିର: ବଲାଙ୍ଗିର କୋଭିଡ ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ୍ ଥାନା ପୋଲିସ। ସେପଟେ ଆଇସୋଲେସନ୍ ଓ୍ୱାର୍ଡରେ ଡାକ୍ତରଙ୍କୁ ମାଡ଼ ନେଇ ପ୍ରତିବାଦ କରିଛନ୍ତି କୋଭିଡ୍ ଯୋଦ୍ଧା। ପ୍ରତିବାଦ ସ୍ୱାରୂପ କଳାବ୍ୟାଜ୍ ପିନ୍ଧି ଡାକ୍ତରମାନେ ମେଡିକାଲରେ ଡ୍ୟୁଟି କରୁଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ସହିତ ହସପିଟାଲରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଦାବି କରିଛନ୍ତି।

ଅନ୍ୟପଟେ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ଗିରଫ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଏହି ଅଭିଯୋଗରେ ବଲାଙ୍ଗିର-ମହିମୁଣ୍ଡା ଠାରେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତକାଲି ଆଇସୋଲେସନ୍ ସେଣ୍ଟରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳା ଅଭିଯୋଗ ଆଣି ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ମୃତକଙ୍କ ପରିବାର ଓ ସମ୍ପର୍କୀୟ ଗୁରୁତର ଅବସ୍ଥାରେ ଡାକ୍ତର ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

You might also like