ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ

ନୂଆଦିଲ୍ଲୀ:  ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ ସ୍ପୁଟନିକ- ଭି  ।  ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଏହି ଟିକା ଉପଲବଧ ହେବ ବୋଲି ଅପୋଲୋ ପକ୍ଷରୁ କୁହାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହାର ଡୋଜ୍ ପିଛା ଦର ୧୧ ଶହ ୯୫ ଟଙ୍କା ବୋଲି ନିର୍ଦ୍ଧାରଣ କରାଯାଇଛି । ଭ୍ୟାକସିନ ପାଇଁ ୯୯୫ ଟଙ୍କା ଏବଂ  ଆଡମିନିଷ୍ଟ୍ରେସନ ଚାର୍ଜ ୨୦୦ ଟଙ୍କା ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ୮୦ଟି କେନ୍ଦ୍ରରେ ୧୦ ଲକ୍ଷ ଡୋଜ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇସାରିଥିବା । ଆପୋଲୋ ଗ୍ରୁପର ଏକ୍ଜିକୁଟିଭି ଭାଇସ ପ୍ରେସିଡେଣ୍ଟ କହିଛନ୍ତି ଜୁଲାଇରୁ ପ୍ରତି ସପ୍ତାହରେ ୨୦ ଲକ୍ଷ ଡୋଜ ଦେବାକୁ ସ୍ଥିର କରାଯାଇଥିବା ସେ କହିଛନ୍ତି । ତେବେ ସମ୍ମୁଖ ଯୋଦ୍ଧା, ଅଧିକ ରିସ୍କରେ ଥିବା ବ୍ୟକ୍ତି ଏବଂ କର୍ପୋରେଟ ସେକ୍ଟର କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯାଉଥିବା ଅପୋଲୋ ପକ୍ଷରୁ ସୂଚନା ଦିଆଯାଇଛି ।

ଆପୋଲୋ ଗ୍ରୁପ ହସ୍ପିଟାଲ ଏକଜୁକିଟିଭ ଭାଇସ ଚେୟାରପର୍ସନ ଶୋଭନା କମିନେନ କହିଛନ୍ତି ସ୍ପୁଟନିକ ତୃତୀୟ ଭାକସିନ ଯାହାକୁ ଭାରତ ସରକାର ଅନୁମୋଦନ କରିଛନ୍ତି ଜୁନ ୨ୟ ସପ୍ତାହ ସୁଦ୍ଧା ଏହା ମିଳିବ । ଯେ ପର୍ଯନ୍ତ ଆମେ ଭାକସିନେଟଡ଼ ହେଇନେ ସେ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ନୁହେଁ ।

ବେସରକାରୀ କ୍ଷେତ୍ରର ସବୁଠାରୁ ବଡ ଟୀକାକରଣକାରୀ ସଂସ୍ଥା ଭାବରେ ଆମେ ଏହି ମହାମାରୀ ବିରୋଧି ଲଢ଼େଇରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମର୍ଥନ ଜାରି ରଖିବୁ । ଆମେ ଟିକା ଉତ୍ପାଦନ କାର୍ଯ୍ୟକ୍ରମକୁ ଆହୁରି ବୃଦ୍ଧି କରିବୁ । ପ୍ରଥମ ମିଲିୟନ୍ ଉତ୍ପାଦନ କରିବାକୁ ଆମେ ୩ ସପ୍ତାହ ନେଇଥିଲୁ।  ଜୁନ୍ ମାସରେ ଆମେ ପ୍ରତି ସପ୍ତାହରେ ଏକ ମିଲିୟନ୍ କରିବୁ ଏବଂ ଜୁଲାଇରେ ତାହା ଦ୍ୱିଗୁଣିତ କରିବୁ । ସେପ୍ଟେମ୍ବର ୨୦୨୧ ସୁଦ୍ଧା ଆମେ ୨୦ ମିଲିୟନ୍ ଡୋଜ଼ ସଂପୂର୍ଣ୍ଣ କରିବାକୁ ଟ୍ରାକରେ ଅଛୁ। କେନ୍ଦ୍ର ଏବଂ ରାଜ୍ୟ ସରକାର ତଥା କୋଭିଶିଲ୍ଡ ଏବଂ କୋଭାକ୍ସିନର ଟିକା ଉତ୍ପାଦନକାରୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ ବୋଲି ଶୋଭନା କହିଛନ୍ତି।

 

You might also like