ଅମିତାଭଙ୍କ ପରେ ଏହି ବଲିଉଡ୍ ଷ୍ଟାର୍ଙ୍କ ଘରକୁ ପଶିଲା କରୋନା
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାର୍ଙ୍କ ଘରେ ପଶିଛି କରୋନା। ଭେଟେରାନ୍ ଆକ୍ଟର ଅନୁପମ୍ ଖେର୍ଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି।
ଅନୁପମଙ୍କ ମାଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅନୁପମ ଖେର୍।
ଅନ୍ୟପଟେ ଅମିତାଭ ବଚ୍ଚନଙ୍ ବଙ୍ଗଳାକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍ସି (ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଅମିତାଭଙ୍କ ବଙ୍ଗଳା ଜଲ୍ସା ବାହାରେ ବିଏମ୍ସି ନୋଟିସ୍ ମାରି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ଆରମ୍ଭ ହୋଇଛି।
ସେହିପରି ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା ‘Sea Springs’କୁ ସିଲ୍ କରାଯାଇଛି। ରେଖାଙ୍କ ବାନ୍ଦ୍ରା ସ୍ଥିତ ଏହି ବଙ୍ଗଳାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ କରୋନା ପଜିଟିଭ୍ ଆସିବା ପରେ ବଙ୍ଗଳାକୁ ସିଲ୍ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
#BIG_BREAKING ! ! !
ବଲିଉଡ୍ ଅଭିନେତା ଅନୁପମ୍ ଖେର୍ଙ୍କ ମା’, ଭାଇ, ଭାଉଜ ଓ ତାଙ୍କ ଝିଆରୀଙ୍କୁ କରୋନା…
‘ମୁଁ ମଧ୍ୟ ମୋର କରୋନା ଟେଷ୍ଟ୍ କରାଇଥିଲି ଓ ରିପୋର୍ଟ ନେଗେଟିଭ୍ ଆସିଛି’ ବୋଲି କହିଲେ ବର୍ଷୀୟାନ୍ ଅଭିନେତା ଅନୁପମ୍ ଖେର୍।#Covid_19 #BollywoodActor #Anupamkher pic.twitter.com/408keSNZWj
— ଓଟିଭି (@otvkhabar) July 12, 2020